logo

କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି

ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଉନ୍ନୟନମୂଳକ ଉପହାର ପ୍ରଦାନ କରିଛନ୍ତି। କେନ୍ଦୁଝର ଜିଲ୍ଲାର ସାର୍ବିକ ଉନ୍ନତି ଲକ୍ଷ୍ୟରେ ୧୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କେନ୍ଦୁଝରବାସୀଙ୍କ ମନରେ ଖୁସି ଓ ଆଶାର ସଞ୍ଚାର କରିଛନ୍ତି।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୧୭୦୮ କୋଟି ଟଙ୍କା ବ୍ୟୟରେ ୩୫ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ବେଳେ ୧୯୪ କୋଟି ଟଙ୍କାର ୩୬ଟି ପ୍ରକଳ୍ପ ଉଦ୍ଘାଟନ କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ପାନୀୟ ଜଳ, ଓ ମୂଳଭୂତ ସୁବିଧା ସହିତ ଜିଲ୍ଲାର ଅବକାଠାମୋ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ କେନ୍ଦୁଝର ଜିଲ୍ଲାର ସମଗ୍ର ବିକାଶ ସରକାରଙ୍କ ପ୍ରାଥମିକତା ଏବଂ ଆଗାମୀ ଦିନରେ ଜନସାଧାରଣଙ୍କ ଜୀବନମାନ ଉନ୍ନତି ପାଇଁ ଏପରି ଅଧିକ ପ୍ରକଳ୍ପ ଆରମ୍ଭ କରାଯିବ। ମକର ସଂକ୍ରାନ୍ତି ଅବସରରେ ମିଳିଥିବା ଏହି ବୃହତ ଉନ୍ନୟନ ପ୍ୟାକେଜ୍ କେନ୍ଦୁଝରର ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରିବ ବୋଲି ସାଧାରଣ ଲୋକ ଆଶା ପ୍ରକାଶ କରିଛନ୍ତି।

32
4719 views