logo

ଗଞ୍ଜାମ ଧରାକୋଟ ବରଡାବିଲି ମୁକ୍ତ ବିଦ୍ୟାଳୟ ରେ ନାମ ଲେଖା ପାଇଁ ମେଗା କ୍ୟାମ୍ପ।

ଗଞ୍ଜାମ ଧରାକୋଟ ବରଡାବିଲି ମୁକ୍ତ ବିଦ୍ୟାଳୟ ରେ ନାମ ଲେଖା ପାଇଁ ମେଗା କ୍ୟାମ୍ପ।

ଆସିକା:(୧୨/୧/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ) ବିଦ୍ୟାଳୟ ବାହାରେ ରହିଥିବା ଅଧାରୁ ପାଠ ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ପରିଚାଳିତ ହେଉଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ନାମ ଲେଖା ପାଇଁ ଏକ ମେଗା କେମ୍ପ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି କେମ୍ପ ରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାହୁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭୂତି ଭୂଷଣ ପାତ୍ର ଉପସ୍ଥିତ ରହି ଡ୍ରପ ଆଉଟ ହାର କମାଇବା ସହ ଅଧାରୁ ପାଠ ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମୁକ୍ତ ବିଦ୍ୟାଳୟ ର ସଂଯୋଜକ ଶିକ୍ଷକ ଗଣପତି ଗମାଙ୍ଗ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଚଳିତ ବର୍ଷ ଏହି ମୁକ୍ତ ବିଦ୍ୟାଳୟ ରେ ନାମ ଲେଖାଇଥିବା ୫୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।

ଗଣେଶ ପାଣିଗ୍ରାହୀ ରିପୋର୍ଟ, ମୋବାଇଲ: 7894715457

7
720 views