logo

କବି ନୃସିଂହ ପ୍ରସାଦ ମହାନ୍ତିଙ୍କ ଚତୁର୍ଥ ସ୍ମୃତି ସଭା, କବିତା ପାଠୋତ୍ସବ ଏବଂ ବିବେକାନନ୍ଦ ଜୟନ୍ତୀ ଆୟୋଜିତ।

*କବି ନୃସିଂହ ପ୍ରସାଦ ମହାନ୍ତିଙ୍କ ଚତୁର୍ଥ ସ୍ମୃତି ସଭା, କବିତା ପାଠୋତ୍ସବ ଏବଂ ବିବେକାନନ୍ଦ ଜୟନ୍ତୀ ଆୟୋଜିତ*

( କବିର କଲମ ପରିବର୍ତ୍ତନର ମଲମ: ପ୍ରସ୍ତାବ ଗୃହୀତ)

ତତଲାପଦା,୧୨/୧ : କଟକ ଜିଲ୍ଲା ଅର୍ନ୍ତଗତ ପାଇକାଣ ତତଲାପଦା ସ୍ଥିତ ମା ବୁଢୀ ଜାଗୁଳାଇ ମନ୍ଦିର ପରିସରରେ ଶିଶୁ ସାହିତ୍ୟିକ, ଶିଶୁ କିଶୋର ସାହିତ୍ୟ ପତ୍ରିକା " ଫୁଲ ଚନ୍ଦନ " , ନିଋତା କବିତା ପତ୍ରିକା -ଫୁଲ ର ପ୍ରତିଷ୍ଠାତା ଓ ସଂପାଦକ ତଥା ସ୍ତମ୍ଭକାର କବିଜୀବନ ନୃସିଂହ ପ୍ରସାଦ ମହାନ୍ତିଙ୍କ ଚତୁର୍ଥ ସ୍ମୃତି ସଭା ଏବଂ ବିବେକାନନ୍ଦଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।
ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସ୍ କଫ ) ଏବଂ ଶିଶୁ ସାହିତ୍ୟିକ ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି କମିଟି ଦ୍ବାରା ଆୟୋଜିତ ସ୍ମୃତି ସଭାର ସଭାପତି ନିକୁଞ୍ଜ କିଶୋର ଭଞ୍ଜଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବରେ ବିଚାରପତି ମନୋରଞ୍ଜନ ମହାନ୍ତି , ମୁଖ୍ୟବକ୍ତା ଭାବରେ ଅରୁଣ କୁମାର ଦାସ, ବରେଣ୍ୟ ଅତିଥି ଭାବରେ ଶିକ୍ଷକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ବନୋଜ ବିଶ୍ଵାଳ, ଅବସରପ୍ରାପ୍ତ ଅଧ୍ୟାପକ ଲିଙ୍ଗରାଜ ମଲ୍ଲ , କବି ତ୍ରୈଲୋକ୍ୟ ବେହେରା, ଆଶୁ କବି ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କବିଜୀବନ ନୃସିଂହ ପ୍ରସାଦ ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିବା ସହିତ ସ୍ବାମୀ ବିବେକାନନ୍ଦ ଯୁବଗୋଷ୍ଠୀଙ୍କ ପଥ ପ୍ରଦର୍ଶକ ତଥା ଭାରତୀୟ ସଂସ୍କୃତି ପରମ୍ପରାର ଜଣେ ଦୃଢ ପ୍ରଚାରକ ବୋଲି ମତପ୍ରକାଶ କରିଥିଲେ। ପ୍ରାରମ୍ଭରେ ସ୍ବର୍ଗତ ମହାନ୍ତି ଓ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରିବା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଆବାହକ କମ୍ରେଡ ନାରାୟଣ ଭୋଳ ସ୍ମୃତି ସଭାର ଆଭିମୁଖ୍ୟ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।ପରେ ପରେ ପଚାଶ ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ।ନିରୁପମା ରାଉତ୍ ,ଶର୍ମିଷ୍ଠା ସାହୁ , ଛବିରାଣୀ ପତି ମଞ୍ଚ ପରିଚାଳନା କରିଥିବାବେଳେ ସ୍ମୃତି କମିଟିର ସଭାପତି ବାବାଜୀ ଚରଣ ବେହେରା , ସଦସ୍ୟ ନିଶାକର ବିଶ୍ୱାଳ,ସନାତନ ଦାସ, ବିଦ୍ୟୁତ ଭୂଷଣ ମହାରଣା, ଶିକ୍ଷୟିତ୍ରୀ ମିତଞ୍ଜଳୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ । ଆବାହକ କମ୍ରେଡ ନାରାୟଣ ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ମୃତି ସଭାଟି ଆୟୋଜିତ ହୋଇଥିଲା ଏବଂ କବି ବିଜୟ କୁମାର ଦଳାଇ ସହାୟତା କରିଥିଲେ।ସର୍ବ ଶେଷରେ ସନାତନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।କବି ଜ୍ୟୋତିପ୍ରକାଶ ଚଇନିଙ୍କ ପ୍ରସ୍ତାବ କ୍ରମେ ଚଳିତ ବର୍ଷର ବାର୍ତ୍ତା " କବିର କଲମ ପରିବର୍ତ୍ତନର ମଲମ " ରଖାଯାଇଛି।

ବାବୁଲାଲ ପଲେଇ ଙ୍କ ରିପୋର୍ଟ।

36
7872 views