logo

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ "ଜନବିରୋଧୀ" ଦର୍ଶାଇ କଂଗ୍ରେସର ତୀବ୍ର ସମାଲୋଚନା।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ "ଜନବିରୋଧୀ" ଦର୍ଶାଇ କଂଗ୍ରେସର ତୀବ୍ର ସମାଲୋଚନା।

କଟକ ନଗର କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସଭାପତିତ୍ବରେ କଟକ ପୁରୀଘାଟ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତେବେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ, ଟାଟା ପାୱାରର ମନମାନୀ, ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ବର୍ଷିଛି କଟକ ନଗର କଂଗ୍ରେସ । ମନରେଗା ଶ୍ରମିକଙ୍କୁ 'କାମ ମାଗିବାର ଅଧୂକାର' ଦେବା ସହ ଶିଶୁ ଶ୍ରମ ରୋକିବା, ପିଲାଙ୍କ ଶିକ୍ଷାରେ ସ‌ହାୟକ, ଗରିବଙ୍କୁ ତୁରନ୍ତ ଦୈନିକ ଆୟ ଓ ଖାଦ୍ୟ ସୁରକ୍ଷା ଦେଉଥିଲା I ଆଧାର ଓ ବାୟୋମେଟ୍ରିକ୍ ଭଳି ଜଟିଳ ପ୍ରକ୍ରିୟା ଯୋଗୁଁ ଅଶିକ୍ଷିତ ଗରିବ ଲୋକେ ବ୍ୟବସ୍ଥାରୁ ବାଦ୍ ପଡ଼ିବାର ଭୟ ରହିଛି । ଗ୍ରାମସଭା ଜରିଆରେ ସ୍ଥାନୀୟ ଲୋକଙ୍କ ନିଷ୍ପଭିକୁ ଗୁରୁତ୍ବ ଦିଆଯାଉଥିଲା, ଯାହା ଏବେ ପ୍ରଶାସନିକ ନିୟନ୍ତ୍ରଣାଧୀନ ହେବାକୁ ଯାଉଛି I ଯାହା ନୂତନ ବ୍ୟବସ୍ଥାରେ ସ୍ପଷ୍ଟ ନାହିଁ । ଏଵଂ ନୂତନ ବ୍ୟବସ୍ଥା ସମ୍ପଭି ସୃଷ୍ଟି ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ତୁରନ୍ତ ସହାୟତା ମିଳିବାରେ ଅସୁବିଧା ହେଉଛି । ସେହିଭଳି ଟାଟା ପାୱାରର ବିଜୁଳି ବିଭ୍ରାଟ ଓ ଶୋଷଣ । ରାଜ୍ୟରେ ବିଦ୍ୟୁତ ସେବାକୁ ଘରୋଇକରଣ କରାଯାଇ ଟାଟା ପାୱାର ହାତରେ ଟେକି ଦିଆଯାଇଛି I କିନ୍ତୁ କମ୍ପାନୀ ଗ୍ରାହକଙ୍କୁ ଉନ୍ନତ ସେବା ଦେବା ପରିବର୍ତ୍ତେ ମନଇଚ୍ଛା ବିଦ୍ୟୁତ ବିଲ୍ ଆଦାୟ ସାଙ୍ଗକୁ ସ୍ବଳ୍ପ ବିଦ୍ୟୁତ ବ୍ୟବହାର କରୁଥିବା ଖାଉଟିଙ୍କ ଉପରେ ମଧ୍ୟ ମୋଟା ଅଙ୍କର ଜୋରିମାନା ଓ ବଦ୍ଧିତ ଶୁଳ୍କ ଲଦି ଦିଆଯାଉଛି । ସ୍ମାର୍ଟ ମିଟର ନାଁ'ରେ ଚାଲିଥିବା ଏହି ଲୁଟ୍‌କୁ କଂଗ୍ରେସ କଦାପି ସହିବ ନାହିଁ । ଏପଟେ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତିରେ ବ୍ୟାପକ ଅନିୟମିତତା ଯୋଗୁଁ ଚାଷୀ କୂଳ ହତାଶ ହୋଇପଡ଼ିଛନ୍ତି । ମଣ୍ଡିରେ କଟନୀ-ଛଟନୀ ସମସ୍ୟା, ମିଲରଙ୍କ ମନମାନୀ ଏବଂ ଟୋକନ୍ ସମସ୍ୟା ଯୋଗୁଁ ଚାଷୀ ନିଜର କଷ୍ଟ ଅର୍ଜିତ ଶସ୍ୟକୁ ଅଭାବୀ ବିକ୍ରି କରିବାକୁ ବାଧ୍ଯ ହେଉଛି | ସରକାର ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯଦି ତୁରନ୍ତ ଏହିସବୁ ଅବ୍ୟବସ୍ଥାର ଦୂର ନହୁଏ ତେବେ ଆଗାମୀ ଦିନରେ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ନଗର କଂଗ୍ରେସ ।

ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ, ମୋବାଇଲ: 78947 15457

14
922 views