ଆହତ ସମାଜସେବୀଙ୍କୁ ଭେଟିଲେ ଯୁବ ସାମ୍ବାଦିକ !
ଆଠମଲ୍ଲିକ:- ୧୧/୦୧(ଧନଞ୍ଜୟ ନାୟକ) ଆଠମଲ୍ଲିକ ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ବରଗାଁ ଗ୍ରାମର ଅଧିବାସୀ ତଥା ଅଞ୍ଚଳର ଜଣାଶୁଣା ସମାଜସେବୀ ସଂକୀର୍ତନ ମେଣ୍ଡୁଲି ଗତ କିଛିଦିନ ପୂର୍ବେ ଘଟିଥିବା ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ! ଦୁର୍ଘଟଣାରେ ତାଙ୍କ ଡାହାଣ ପାର୍ଶ୍ୱ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି !
ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ବର୍ତ୍ତମାନ ବରଗାଁ ସ୍ଥିତ ନିଜ ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ! ଉନ୍ନତ ଚିକିତ୍ସା ପାଇଁ ଅର୍ଥିକ ସହାୟତାର ଆବଶ୍ୟକତା ଥିବା ବେଳେ ସେ ଦୁଃଖକଷ୍ଟରେ ଘରେ ପଡ଼ି ରହିଛନ୍ତି !
ଏହି ଖବର ପାଇ ଆଠମଲ୍ଲିକର ଯୁବ ସାମ୍ବାଦିକ କମଳାକାନ୍ତ ମିଶ୍ର ଆହତ ସମାଜସେବୀଙ୍କ ବାସଭବନକୁ ପହଁଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖୋଜଖବର ନେବା ସହିତ ସରକାରୀ ସ୍ତରରେ ସମ୍ଭାବ୍ୟ ସହାୟତା ମିଳିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ !