କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ପ୍ରିମିୟର ଲିଗ୍:ମାଥାଲପୁ୍ଟ ବିଜୟୀ
ଦାମନଯୋଡ଼ି,୧୧/୦୧:ରବିବାର ନାଲକୋ ଟାଉନସିପ ସେକ୍ଟର ୩ ସ୍ଥିତ ନେତାଜୀ ଷ୍ଟାଡିୟମରେ ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରିମିୟର ଲିଗ୍ ର ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଲକ୍ଷ୍ମୀପୁର ଦଳ ଟସ୍ ଜିଣି ପ୍ରଥମେ ଫିଲ୍ଡିଂ କରିଥିଲେ।ନିର୍ଦ୍ଧାରିତ ୧୬ଓଭରରେ ମାଥାଲପୁ୍ଟ ଦଳ ସମସ୍ତ ଉଇକେଟ ହରାଇ ୧୪୦ରନ କରିଥିଲେ।ରାଜେଶ ଶତପଥି ୨୬ବଲରେ ସର୍ବାଧିକ ୪୩ରନ୍ କରିଥିଲେ।ବିପକ୍ଷ ଲକ୍ଷ୍ମୀପୁର ଦଳର ପ୍ରଦୀପ କୁମାର ବରାଡ଼ ୪ଓଭର୍ ରେ ୩୦ରନ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ।୧୪୧ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ମୀପୁର ଦଳ ୧୬ଓଭରରେ ୬ଉଇକେଟ ହରାଇ ୧୨୧ରନ୍ କରିଥିଲେ।ଡ଼ାଃ ପୀୟୂଷ ଦଳେଇ ୨୭ବଲ୍ ରେ ସର୍ବାଧିକ ୩୧ରନ କରିଥିଲେ।ମାଥାଲପୁ୍ଟ ଦଳର ଦୁକୁ ଟୁଡୁ ୩ଓଭରରେ ୧୫ରନ ଦେଇ ୩ଟି ଉଇକେଟ୍ ନେଇଥିଲେ।ମାଥାଲପୁ୍ଟ ଦଳ ୧୯ରନରେ ବିଜୟୀ ହୋଇଥିଲେ।ଉଦଯାପନୀ ଉତ୍ସବରେ ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ଲକ୍ଷ୍ମୀପୁର ଦଳର ଜଗନ୍ନାଥ ବିଶ୍ବାଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।ଡ଼ାଃ ରାକେଶ ପ୍ରଧାନ ଓ ବିଜୟ କୁମାର ଖିଲ ଅମ୍ପାୟର ଦାୟିତ୍ବ ତୁଲାଇଥିବା ବେଳେ ଡ଼ାଃ ସୌକତ ଅଲ୍ଲୀ ସ୍କୋରର ଓ ଡ଼ାଃ ଆଇ ମୂରଲୀ ସାଇ ମ୍ୟାଚ ରେଫରୀ ଦାୟିତ୍ବ ତୁଲାଇଥିଲେ।ମାଥାଲପୁ୍ଟ ଦଳର ଅଧିନାୟକ ଡ଼ାଃ ଜ୍ଞାନ ରଞ୍ଜନ ବିଷୋୟୀ ଓ ଲକ୍ଷ୍ମୀପୁର ଦଳର ଅଧିନାୟକ ଡ଼ାଃ ଦୀନବନ୍ଧୁ ଚୌଧୁରୀ ଉପସ୍ଥିତ ଥିଲେ।