logo

ରତ୍ନ ମଞ୍ଜରୀ ଙ୍କ ଶିଶୁ କିଶୋର କବିତା ସଙ୍କଳନ ଉନ୍ମୋଚିତ।

ରତ୍ନ ମଞ୍ଜରୀ ଙ୍କ ଶିଶୁ କିଶୋର କବିତା ସଙ୍କଳନ ଉନ୍ମୋଚିତ।
********************************
କେନ୍ଦୁଝର ତା ୧୧/୧/୨୦୨୬ - ରବିବାର ପୂର୍ବାହ୍ନ ରେ ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବ ରେ ଆୟୋଜିତ ସ୍ଵତନ୍ତ୍ର ସାହିତ୍ୟ ଆସର ରେ ବରିଷ୍ଠ କବୟିତ୍ରୀ ରତ୍ନ ମଞ୍ଜରୀ ରାଉତ ଙ୍କ ଶିଶୁ କିଶୋର ଉପଯୋଗୀ କବିତା ସଙ୍କଳନ "ସଫଳ ହୋଇବା ସବୁରି କାମେ" ର ପାଠକାର୍ପଣ ଅନୁଷ୍ଠିତ ହୋଇ ଯାଇଛି।
ପଣ୍ଡିତ ରଙ୍ଗାଧର ବେହେରା ଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ଯରେ ଅତିଥି ମାନେ କେନ୍ଦୁଝର ର ରାଷ୍ଟ୍ରଦେବତା ମହାପ୍ରଭୁ ଶ୍ରୀବଳଦେବଜୀଉ ଓ ରାଷ୍ଟ୍ରଦେବୀ ମାଆ ତାରିଣୀ ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ ଓ ଧୂପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ।
ପ୍ରାରମ୍ଭ ରେ କବୟିତ୍ରୀ ଯମୁନା ଦାଶଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା। ସମ୍ପାଦକ ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସଂପାଦକୀୟ ସୂଚନା ଦେଇ ଶିଶୁ ସାହିତ୍ୟ କୁ ସାହିତ୍ୟ ର ମୂଳଦୁଆ ଭାବରେ ଅଭିହିତ କରିଥିଲେ।
ବିଶିଷ୍ଟ କବି ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ମନସ୍ତତ୍ତ୍ଵ ଅଧ୍ୟୟନରେ ଧୂରିଣ ବ୍ୟକ୍ତି ହିଁ ଶିଶୁ ସାହିତ୍ୟ ରଚନା ରେ ମନୋନିବେଶ କରିବା ବିଧେୟ ବୋଲି ମତ ଦେଇଥିଲେ।
କବୟିତ୍ରୀ ରତ୍ନ ମଞ୍ଜରୀ ରାଉତ ତାଂକୁ ସୃଜନ ମୁଖର କରିବାରେ ମିଳନୀ ର ଭୂମିକା ଅପରିସୀମ ବୋଲି ପ୍ରକାଶ କରିଥିଲେ।
କବୟିତ୍ରୀ ଇନ୍ଦୁମତୀ ପାତ୍ର ପ୍ରକାଶିତ ପୁସ୍ତକ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ରେ ଶିଶୁ ସାହିତ୍ୟର ଦିଗଦିଗନ୍ତ ସଂପର୍କ ରେ ସାରଗର୍ଭକ୍ ଆଲୋଚନା କରିବା ସହିତ ଶିଶୁ ର ବୌଦ୍ଧିକ ବିକାଶ ରେ ଏହାର ଭୂମିକା ଅନତିକ୍ରମଣୀୟ ବୋଲି ମତ ପ୍ରକାଶ କରିଥିଲେ।
କବୟିତ୍ରୀ ସନ୍ତୋଷିନୀ ଦାଶ (ଗିରି) ଙ୍କ ସଂଯୋଜନା ରେ ଚିନ୍ତାମଣି ମହାଳିକ, ଡକ୍ଟର ଅନୀଲ କୁମାର ଦାସ, ଶାନ୍ତନୁ ମହାପାତ୍ର,ବିରଞ୍ଚି ସାମନ୍ତରାୟ, ସୁଜିତ୍ ମିଶ୍ର, ମମତା ରାଣୀ ଦାସ, ରିତାଞ୍ଜଳି ସାହୁ, ବିଜୟଲକ୍ଷ୍ମୀ ମହାନ୍ତି, ଶୋଭନା ଜେନା, ସରୋଜିନୀ ମିଶ୍ର,ବୀଣାପାଣି ଜେନା,ଲିପିକା ଦାସ ପଟ୍ଟନାୟକ, ଦେବଦର୍ଶନ ଦାଶ, ଜିତେନ୍ଦ୍ର ପରିଡ଼ା, ଧୃବାନନ୍ଦ ରାଉତ, ଅଧିକାରୀ ବାରିକ୍, ଜ୍ୟୋସ୍ନା ପାଢ଼ୀ,ମନ୍ଦାକିନୀ କର, ଭାବିପ୍ରିୟା ସାହୁ, ଆର୍ଯ୍ୟବାଳା ମହାପାତ୍ର, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ସାବିତ୍ରୀ ବେହେରା, ହରେକୃଷ୍ଣ ବେଜ୍,ପ୍ରାଧ୍ୟାପକ ଜଗନ୍ନାଥ ଜେନା, ରାମଚନ୍ଦ୍ର ସାହୁ ପ୍ରମୁଖ ଅର୍ଦ୍ଧଶତାଧିକ କବି କବିତା ଆବୃତ୍ତି କରିଥିଲେ। ପରିଶେଷ ରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

19
1365 views