logo

କୁନା ପାଇଁ କୁନି ପାଇଁ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ ଶିଶୁ କବିତା।

କୁନା ପାଇଁ କୁନି ପାଇଁ

ବରଷା ଓହ୍ଲାଏ କଳାବାଦଲରୁ
ପଡ଼େ ଟପ ଟପ ହୋଇ
ତାରା ଓହ୍ଲାଏନି ମିଞ୍ଜି ମିଞ୍ଜି କରେ
ସାରା ରାତିଟି ନ ଶୋଇ
ଜୋଛନାକୁ ଦେଖୁ ଯେବେ
ଲାଗେ ସେ ବେଶରେ ଜହ୍ନ ଓହ୍ଲେଇଛି
ଧରା ବୁଲିବାକୁ ଏବେ ।
ଯେଉଁ ବରଷାଟା ଓହ୍ଲେଇ ଥିଲାରେ
ଯାଏ ଆକାଶକୁ ଚଢ଼ି
ତାରା ଓହ୍ଲାଏନି ସେ ନକ୍ଷତ୍ରଟାଏ
ଜାଣିଛୁ ବହିଟି ପଢ଼ି
ସୂରୁଯ ଓହ୍ଲାଏ ନାହିଁ
ଆଲୁଅ ଓହ୍ଲାଏ ସାରାଦିନଟାତ
ଧରା ଆଲୋକିତ ପାଇଁ ।
ଶୀତ ସକାଳରେ ଦେଖିଛୁ ସିନାରେ
କୁହୁଡ଼ି ଓହ୍ଲେଇ ଥାଏ
ସୂରୁଯ କିରଣ ପଡୁ ପଡୁ ସିନା
କୁଆଡ଼େ ଉଭେଇ ଯାଏ
ମୀନାବଜାରକୁ ଯାଅ
ଚକିରିଦୋଳିରେ ବସି ଖେଳୁଥାଅ
ଜମା ଓହ୍ଲାଉ ନ ଥାଅ ।

ନୀଳମଣି ଚାନ୍ଦ
ପୁରୁଣିଆଁ, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

39
1428 views