logo

ସନ୍ଦେହ ଗୋଟିଏ ଭୂତ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

*ସନ୍ଦେହ ଗୋଟିଏ ଭୂତ*
*****************

ସନ୍ଦେହ ଘେରରେ ରୁହନାହି କେହି
ସନ୍ଦେହ ଗୋଟିଏ ଭୂତ
ଥରୁଟେ ସନ୍ଦେହ ପଶିଲେ ମନରେ
ବଞ୍ଚି ଥାଉଁ ଥାଉଁ ମୃତ।

ସନ୍ଦେହ ର ପୋକ ପଶିଲେ ମୁଣ୍ଡରେ
ଅନର୍ଥ ‌ହେଵା ନିଶ୍ଚିତ
ଦିନ ସରେ ନାହଁ ରାତି ସରେ ନାହଁ
ସର୍ବଦା ମନ ଚିନ୍ତିତ।

ମଣିଷ ଜୀବନ ଦୁର୍ଲ୍ଲଭ ଜଗତେ
ଆଉଥରେ ମିଳେନାହିଁ
ଯେତେଦିନ ଅଛ ଏହି ଧରାପରେ
ଖୁସିରେ ରଖନ୍ତୁ ସାଇଁ।

ପରସ୍ପର ମଧ୍ୟେ ସେନେହ ମମତା
ଝରଝର ଝରୁଥାଉ
ସନ୍ଦେହ ଘେରରେ ରୁହନାହି କେହି
ସନ୍ଦେହ ତା ବାଟେ ଥାଉ।

ସନ୍ଦେହ ଭୁତକୁ ଗୁଣିଆ ଡ଼କାଇ
ପାରେ ନାହିଁ କେହି ତଡ଼ି
ମନର ସମସ୍ତ ମଇଳା ଖରକି
ଭୁତଦିଅ ଘଉଡାଇ।

ସୁନ୍ଦର ଭାବନା ମନରେ ଆଣିଲେ
ଦୁନିଆ ସୁନ୍ଦର ଦିଶେ
କୁତ୍ସିତ ଭାବନା ମନରେ ଆଣିଲେ
ଦୁନିଆରେ ହାଟ ବସେ।

ଜୟ ଜଗନ୍ନାଥ
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ହୁଡୁକୋ କଲୋନୀ
କେନ୍ଦୁଝର
ମୋବାଇଲ: 87631 58585

33
1308 views