logo

ତୁରୁମୁଙ୍ଗା ହାଟ ପଡିଆ ରେ ବସିଲେ କମ୍ପାନୀ ସପକ୍ଷ ବାଦୀ।

ତୁରୁମୁଙ୍ଗା ହାଟ ପଡିଆ ରେ ବସିଲେ କମ୍ପାନୀ ସପକ୍ଷ ବାଦୀ।


କେନ୍ଦୁଝର:୦୯/୦୧, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗ ହାଟ ପଡିଆ ରେ ବସିଲେ ସହ ସହ ସପକ୍ଷ ବାଦୀ ଜିନ୍ଦଲ ଓ ପୋଷ୍କ କମ୍ପାନୀ ର ସପକ୍ଷ ବାଦୀ, ସୂଚନା ଅନୁସାରେ ଆଜି ଶୁକ୍ରବାର ବାର ରେ ଖାଲି ତୁରୁମୁଙ୍ଗା ଛାଡି ଅନେକ ଜାଗାରେ ସପକ୍ଷ କମ୍ପାନୀ ପ୍ରତି ଆଗ୍ରହ ଦେଖାଇ ଛନ୍ତି, ସପକ୍ଷ ବାଦୀ ଙ୍କ କହିବା ଅନୁସାରେ କେନ୍ଦୁଝର ଜିଲାରେ ପ୍ଲାଣ୍ଟ ହେଲେ ଅନେକ ପିଲା କମ୍ପାନୀ ରେ ଚାକିରୀ ପାଇବା ସହିତ ଓଡିଶା ଛାଡି ଅନ୍ୟ ରାଜ୍ୟ କୁ କାମ ପାଇଁ ଯିବାକୁ ପଡିବ ନାହିଁ, କେନ୍ଦୁଝର ଜିଲାରେ ବେକାରୀ ସମସ୍ୟା ଦୂର ହେବା ସହିତ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟରେ ନିଯୁକ୍ତି ନେଇ ଅନେକ ସମସ୍ୟା ର ସମ୍ମୁଖୀନ କୁ ରୋକା ଯାଇ ପାରିବ, ଯେତେବେଳେ ଜଣେ ଆମ ଜିଲାରୁ ଅନ୍ୟତ୍ର କାମ କରିବାକୁ ଯାଏଁ ସେହି ପିଲାର ବାପା ଓ ମା ଅନେଇ ବସି ଥାନ୍ତି ମୋର ପୁଅ ସେଠାରେ କିପରି ଅଛି, ଯେବେ ଆକସ୍ମିତ କୌଣସି ଅଘଟଣ ଯୋଗୁ ବାପା ଏବଂ ମା ପିଲା ଛାଉଣ୍ଡ ହୋଇ ମଧ୍ୟ ପିଲାର ଶେଷ ଦେଖା ସହିତ ଅନ୍ତିମ ସଂସ୍କାର କରି ପାରନ୍ତି ନାହିଁ ପୁଣି ଓଡିଶା ସରକାର ତାଙ୍କୁ ସାହାଯ୍ୟ ର ହାତ ବଢ଼ାନ୍ତି, ଏହି ସବୁ ବେକାରୀ ସମସ୍ୟା ସହିତ ଦାଦନ ଶ୍ରମିକ ର ଦୁଃଖ ଦୂର କରିବା ପାଇଁ ଏଖଟି ଏକତ୍ରିତ ହେଉଛନ୍ତି ଅନେକ କେନ୍ଦୁଝର ଜିଲ୍ଲା ରେ ସପକ୍ଷ ବାଦୀ।

ପାଟଣା ରୁ ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

45
1728 views