
ତାରାତାରିଣୀ ମହାବିଦ୍ୟାଳୟ ଏନ୍ଏସ୍ଏସ୍ ମହିଳା ବିଭାଗର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ !
ତାରାତାରିଣୀ ମହାବିଦ୍ୟାଳୟ ଏନ୍ଏସ୍ଏସ୍ ମହିଳା ବିଭାଗର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ
ପୁରୁଷୋତ୍ତମପୁର : ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ମହିଳା ବିଭାଗର ତରଫରୁ ପୋଷ୍ୟଗ୍ରାମ ଭୂତସରସିଙ୍ଗି ଗ୍ରାମରେ ଶୀତକାଳୀନ ସ୍ୱତନ୍ତ୍ର ଶିବିରର ଉଦ୍ଘାଟନ ଉତ୍ସବ ଡଃ ସ୍ୱାଗତିକା ଦାଶଙ୍କ ତତ୍ତ୍ୱାବଧାନରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଡଃ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ବ୍ଲକ ବିଡିଓ ଶ୍ରୀ ଶରତ କୁମାର ପାତ୍ର ଯୋଗଦେଇ ଏନ୍ଏସ୍ଏସ୍ର କାର୍ଯ୍ୟକାରିତା, ଗଠନମୂଳକ କାର୍ଯ୍ୟ ଏବଂ ମୂଳତତ୍ତ୍ୱ ସମ୍ପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ଆଲୋକିତ କରିଥିଲେ।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ଓ ଉପଯେଷ୍ଠା କମିଟିର ସଦସ୍ୟ ଡଃ ରମେଶ ଚନ୍ଦ୍ର ସେନାପତି ଯୋଗଦେଇ ସପ୍ତଦିନୀୟ ଶିବିରର କାର୍ଯ୍ୟସୂଚୀ ଉପରେ ଆଲୋଚନା କରିବା ସହ ସ୍ୱେଚ୍ଛାସେବୀମାନେ କିପରି ସାମାଜିକ ସଚେତନତା ସୃଷ୍ଟି କରିପାରିବେ ସେଥିପାଇଁ ଗୁରୁତ୍ୱ ଦେଇଥିଲେ।
ଅନ୍ୟତମ ବରିଷ୍ଠ ଅଧ୍ୟାପକ ଡଃ ପ୍ରମୋଦ କୁମାର ଚୌଧୁରୀ ସୁସମାଜ ଗଠନ ସହ ଗ୍ରାମବାସୀଙ୍କ ସହ ସୁସମ୍ପର୍କ ସ୍ଥାପନ କରି ତାଙ୍କ ସମସ୍ୟା ବୁଝି ସମାଧାନ ପାଇଁ ଚେଷ୍ଟା କରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ସରପଞ୍ଚ ଶ୍ରୀ ମନୋଜ ଦାସ ଯୋଗଦେଇଥିଲେ।
ଶେଷରେ କେ. ବିଜୟଲକ୍ଷ୍ମୀ ରାଓ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।