logo

ରାଜ୍ୟ ସରକାର ଅର୍ଥ କମିଶନ ଅଧ୍ୟକ୍ଷଙ୍କ ତାରିଣୀ ମନ୍ଦିର ପରିଦର୍ଶନ।

ରାଜ୍ୟ ସରକାର ଅର୍ଥ କମିଶନ ଅଧ୍ୟକ୍ଷଙ୍କ ତାରିଣୀ ମନ୍ଦିର ପରିଦର୍ଶନ।
-----------------------
ଘଟଗାଁ,୩/୧ : ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ସରକାରଙ୍କ ଅର୍ଥ କମିଶନ ଅଧ୍ୟକ୍ଷ ତଥା ୧୯୯୦ ଦଶକରେ କେନ୍ଦୁଝର ଜିଲ୍ଲାରେ ସାକ୍ଷରତା ଅଭିଯାନର ମୁଖ୍ୟ କର୍ଣ୍ଣଧାର ସାଜିଥିବା ପୂର୍ବତନ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଅରୁଣ କୁମାର ପଣ୍ଡା ଆଇ.ଏ.ଏସ୍. କେନ୍ଦୁଝର ଗ୍ରସ୍ତରେ ଆସି ମା' ତାରିଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ ।ଘଟଗାଁ ଡ଼ାକ ବଙ୍ଗଳାରେ ପହଞ୍ଚିବା ପରେ ପୂର୍ବତନ କେନ୍ଦୁଝର ସାକ୍ଷରତା ସମିତି କୋର୍ ଗ୍ରୁପ ର ସଦସ୍ୟ ତଥା ଧକୋଠା ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ସାହୁ, ପୂର୍ବତନ ଘଟଗାଁ ବ୍ଲକ ସାକ୍ଷରତା ସମିତି ର ପ୍ରକଳ୍ପ ସଂଯୋଜକ ବିଜୟ କୁମାର ପଲେଇ, ଢେଙ୍କିକୋଟ ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ଚରଣ ସାହୁ ଏବଂ କୁଣ୍ଡା ପିଠା କୁଣ୍ଡେଶ୍ବର‌ ମକର ମେଳା କମିଟି ର ସଦସ୍ୟ ଶଚିକାନ୍ତ ମହାନ୍ତ ,ସତ୍ୟଜିତ୍‌ ପଲେଇ ଓ ଅନ୍ୟାନ୍ୟ ସଦସ୍ୟ ଗଣ ଶ୍ରୀ ଯୁକ୍ତ ଅରୁଣ କୁମାର ପଣ୍ଡାଙ୍କୁ‌ ସୌଜନ୍ଯ ମୂଳକ ସାକ୍ଷାତ କରିବା ଅବସରରେ ପୁଷ୍ପ ଗୁଛ ଦେଇ‌ ସ୍ବାଗତ କରିଥିଲେ। ଘଟଗାଁ ବ୍ଲକ ବି ଡି ଓ ଶ୍ରୀ ଯୁକ୍ତ ଖଗେଶ୍ବର ବରାଳ ରାଜ୍ୟ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ଗୁଣ୍ଡିଚାଘାଗି ଜଳପ୍ରପାତ ସହ ମା' ତାରିଣୀଙ୍କ ମନ୍ଦିର ପରିଦର୍ଶନ କରାଇ ଥିଲେ। ଏହି ଅବସରରେ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ନପୂର୍ଣ୍ଣା ଦେ‌ହୁରୀ ଉପସ୍ଥିତ ରହି ଅରୁଣ ସାର୍ ଙ୍କୁ ସ୍ବାଗତ କରିଥିଲେ।

ବାବୁଲାଲ ପଲେଇ ଙ୍କ ରିପୋର୍ଟ।

15
1430 views