*ନନ୍ଦପୁର ପ୍ରେସ କ୍ଲବ୍ ପକ୍ଷରୁ ମହିଳା ଶିକ୍ଷୟତ୍ରୀ ଦିବସ ପାଳିତ*
ଦାମନଯୋଡି/ନନ୍ଦପୁର: ଦେଶ ର ପ୍ରଥମ ମହିଳା ଶିକ୍ଷୟତ୍ରୀ ସାବିତ୍ରୀ ବାଇ ଫୁଲେ ଙ୍କ ଜନ୍ମ ଜୟନ୍ତୀ ଅବସର ନନ୍ଦପୁର ପ୍ରେସ କ୍ଲବ୍ ପକ୍ଷ ରୁ ମହିଳା ଶିକ୍ଷୟତ୍ରୀ ଦିବସ ପାଳିତ ହୋଇଯାଇଛି l ନନ୍ଦପୁର ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟ କ୍ରମ ରେ ନନ୍ଦପୁର ବ୍ଲକ୍ ପ୍ରଥମ ମହିଳା ଶିକ୍ଷୟତ୍ରୀ ଶ୍ରୀମତୀ ଫୁଲ ମଣି ବେନିଆ କାର୍ଯ୍ୟ କ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ନନ୍ଦପୁର ଇଶ୍ବରିୟ ବିଶ୍ବ ବିଦ୍ୟାଳୟ ଶାଖା ର ପରିଚାଳିକା ବ୍ରମାକୁମାରୀ ସାବିତ୍ରୀ ଭଉଣୀ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ସହକାରୀ ଶିକ୍ଷାଧିକାରି ମାମତାଜ ଗମାଙ୍ଗ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ କବିତା ନାଗ, କମଳା ପାଲି, ବ୍ରହ୍ମ କୁମାରୀ ମିତା ଭଉଣୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ହନ୍ତାଳ, ପ୍ରମିଳା ସାହୁ, ଅଞ୍ଜୁଲତା ଗରଡ଼ା ପ୍ରମୁଖ ଯୋଗ ଦେଇ ଦେଶ ର ପ୍ରଥମ ମହିଳା ଶିକ୍ଷୟତ୍ରୀ ସାବିତ୍ରୀ ବାଇ ଫୁଲେ ଙ୍କ ସ୍ମୁତି ଚାରଣ କରିଥିଲେ । ଏହି ଅବସର ରେ ନନ୍ଦପୁର ପୂର୍ବତନ ସରପଞ୍ଚ ଜଗନ୍ନାଥ ପାଙ୍ଗି ଓ ନନ୍ଦପୁର ବ୍ଲକ୍ କଂଗ୍ରେସ ସଭାପତି ଦେବେନ୍ଦ୍ର ଖେମୁଣ୍ଡୁ ପ୍ରମୁଖ ସାବିତ୍ରୀ ବାଇ ଫୁଲେ ଙ୍କ ଜୀବନୀ ର ସ୍ମୁତି ଚାରଣ କରିବା ସହ ସମାଜ ରେ ମହିଳା ଶିକ୍ଷୟତ୍ରୀ ଭୂମିକା କୁ ଅତି ଗୁରୁତ୍ବ ପୂର୍ଣ୍ଣ ବୋଲି କହିଥିଲେ । ସାବିତ୍ରୀ ବାଇ ଙ୍କ ଜୀବନ ରେ ଅନୁପ୍ରାଣିତ ହୋଇ ବର୍ତ୍ତମାନ ମହିଳା ଶିକ୍ଷୟତ୍ରୀ ମାନେ ଆଗକୁ ଆସିବାକୁ ଆହ୍ବାନ ଦେଇଥିଲେ l ଶେଷ ରେ ନନ୍ଦପୁର ବ୍ଲକ ର 20 ଜଣ ମହିଳା ଶିକ୍ଷୟତ୍ରୀ ଙ୍କୁ ସାବିତ୍ରୀ ବାଇ ଫୁଲେ ମହିଳା ଶିକ୍ଷୟତ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟ କ୍ରମ କୁ ନନ୍ଦପୁର ପ୍ରେସ କ୍ଳବ୍ ସଭାପତି ତ୍ରିନାଥ ଖରା ପରିଚାଳନା କରିଥିବା ବେଳେ ସମ୍ପାଦକ ରମେଶ କୁମାର ଅଧିକାରୀ, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ପା ଡି, ହିରଣ୍ୟ ବିଶୋଇ,ଶ୍ରୀରାମ ଖରା ସମସ୍ତ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିବା ବେଳେ ଉପ ସଭାପତି ବିମଳ ରାଓ ସ୍ମିଥ ଧନ୍ୟବାଦ୍ ଅର୍ପଣ କରିଥିଲେ l