ଦଳ ଅବହେଳା କରୁଥିବା ଅଭିଯୋଗ ଆଣିଲେ ପୁରୁଣା କର୍ମୀ।
ଦଳ ଅବହେଳା କରୁଥିବା ଅଭିଯୋଗ ଆଣିଲେ ପୁରୁଣା କର୍ମୀ।
ପାଟଣା-୨/୧, ପାଟଣା ମୁଖ୍ୟାଳୟ ବିଜେପି ର ପୁରୁଣା କର୍ମୀ ସେମାନେ ଦଳରେ ଅବହେଳା ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି।ଦୀର୍ଘ 30 ବର୍ଷ ଧରି ବିଜେପିର ନିଃସ୍ୱାର୍ଥପର କର୍ମୀ ହୋଇଥିଲେ ମଧ୍ୟ ସେମାନଙ୍କୁ ଅବହେଳା କରାଯାଉଛି।ଏନେଇ ପାଟଣା ଅଞ୍ଚଳରେ କିଛି ବିଜେପି କର୍ମୀ ମାଧପୁର ଡ୍ୟାମ ନିକଟରେ ଆଜି ଏକ ବୈଠକ କରିଥିଲେ।ବରିଷ୍ଠ କର୍ମୀ ମାନେ ଏନେଇ ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କୁ ଭେଟିବା ସହ ସେ ସମୟ ଦେଲେ ପାଟଣା ମୁଖ୍ୟାଳୟ ଠାରେ ବଡ଼ପାଟଣା ପଞ୍ଚାୟତ ଅଞ୍ଚଳର କର୍ମୀ ମାନଙ୍କୁ ନେଇ ଏକ ବୈଠକ କରାଯିବ ବୋଲି ଗଣମାଧ୍ୟମ କୁ ସୂଚନା ସୂଚନା ଦେଇଛନ୍ତି।ଦଳରେ 30 ବର୍ଷ ଧରି ଲଗାତାର ଭାବେ କାମ କରିବା ସହ ଦଳନଛାଡି ପଡି ରହିବା ପରେ ମଧ୍ୟ ସେମାନେ ଅବହେଳା ର ଶିକାର ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି।ବିଜେପି ର ଛାମୁଆ କର୍ମୀ ଦୁର୍ଗା ଚରଣ ନାୟକ, ଲକ୍ଷ୍ମଣ କୁମାର ପତି,ରବିନ୍ଦ୍ର ରାମ, ମଙ୍ଗଳୁ ବାରିକ,କମଳା କାନ୍ତ ମହାନ୍ତ, ନିରଞ୍ଜନ ମହାନ୍ତ,ନରହରି ମହାନ୍ତ, ଜଗନ ମୁଣ୍ଡା,ଗୋକୁଳ ମହାନ୍ତ, ବ୍ରଜମୋହନ ମହାନ୍ତ, ଜୟଦେବ ମହାନ୍ତ,ଲକ୍ଷ୍ମୀଧର ମହାନ୍ତ,ରମେଶ ଚନ୍ଦ୍ର ନାଏକ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ସହିତ 20 ରୁ ଉର୍ଦ୍ଧ୍ବ ପୁରୁଣା କର୍ମୀ ଏକାଠି ହୋଇ ବୈଠକ କରିଥିଲେ।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।