logo

ରଘୁନାଥ ଜୀଉ ମଠ ର ଉନ୍ନତି କରଣ ନିମନ୍ତେ ଯୋଗ ଦେଲେ ଉଚ୍ଚ ପଦାଧିକାରୀ।

ରଘୁନାଥ ଜୀଉ ମଠ ର ଉନ୍ନତି କରଣ ନିମନ୍ତେ ଯୋଗ ଦେଲେ ଉଚ୍ଚ ପଦାଧିକାରୀ।


ପାଟଣା :୨/୧, କେନ୍ଦୁଝର ଜିଲ୍ଲା ରାଜନଗର ଗ୍ରାମ ରେ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲାର ଉଚ୍ଚ ପଦାଧିକାରୀ ମାନେ ଅସି ପୁଣ୍ୟ ତୟା ବୈତରଣୀ ନଦୀ କୂଳରେ ଥିବା ରଘୁନାଥ ଜୀଉ ମଠ କୁ କିପରି ଭାବେ ଉନ୍ନତି କଲେ ରାଜା ମହା ରାଜ ଅମଳ ରୁ ଥିବା ଏହି ମଠ କୁ ସରକାର ପର୍ଯ୍ୟଟନ ସ୍ଥଳି ଭାବରେ ଘୋଷଣା କରିଥିଲେ ମଧ୍ୟ ସେହି ପରି କୌଣସି ଉନ୍ନତି ହୋଇ ନ ଥିବା ବେଳେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି କୋଟି ସତଷଠି ଲକ୍ଷ ପ୍ରଦାନ କରିଛନ୍ତି ।ଏହି ଦିଗ କୁ ଲକ୍ଷ କରି ଆଗାମୀ ଦିନରେ ଏହି ପୁଣ୍ୟ ତୟା ଘାଟରେ ମୁଖ୍ୟମନ୍ତ୍ରୀ ମକର ସଂକ୍ରାନ୍ତି ପାଇଁ ଆସି ପାରନ୍ତି,ଏହି ପ୍ରୋଗ୍ରାମ ନିଶ୍ଚିତ ରୂପରେ ପ୍ରୋଗ୍ରାମ ହୋଇ ନ ଥିବା ବେଳେ,ଆଜି ରାଜନଗର ଠାରେ କେନ୍ଦୁଝର ଜିଲ୍ଲା ପାଳ ବିଶାଳ ସିଂହ, ପାଟଣା ବି ଡି ଓ ମାନସ କୁମାର ଦଣ୍ଡ ପାଟ, ପାଟଣା ତହସିଲଦାର ଅସୁନି କୁମାର ନାୟକ,ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ, ରାଜନଗର ସରପଞ୍ଚ ସୁଧାଂଶୁ ନାୟକ, ଜେ ଇ ଖିଲାରମ ମୁର୍ମୁ, ଏ ଇ ଇ ସସ୍ମିତା ବେହେରା, ଏ ପି ଓ ଦୀପକ କୁମାର ବେହେରା, ପି ଇ ଓ ଲଲାଟେନ୍ଦୁ ବେହେରା, ଏ ଇ ଓ ସୁଦର୍ଶନ ପୃଷ୍ଟି ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଥିଲେ ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

27
946 views