ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଝୁମ୍ପୁରା ମଣ୍ଡଳ ଠାରେ ପ୍ରସ୍ତୁତି ବୈଠକ ।
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଝୁମ୍ପୁରା ମଣ୍ଡଳ ଠାରେ ପ୍ରସ୍ତୁତି ବୈଠକ ।
କେନ୍ଦୁଝର:୨/୧, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଠାରେ ଶୁକ୍ରବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚୋରଣ ମାଝୀଙ୍କ ୫୪ତମ ଜନ୍ମ ଜୟନ୍ତି ଆସନ୍ତା ୬ଜାନୁଆରୀ ୨୦୨୬ରେ ଥିବାରୁ ଝୁମ୍ପୁରା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ବିଜେପିର ଝୁମ୍ପୁରା ମଣ୍ଡଳ ସଭାପତି ଉମାକାନ୍ତ ମହାନ୍ତଙ୍କ ଅଧକ୍ଷତାରେ ହୋଇଯାଇଛି । ଅତିଥି ଭାବେ ବିଜେପିର କେନ୍ଦୁଝର ଜିଲ୍ଲାର ଉପାସଭପତି ପଞ୍ଚାନନ ସାହୁ, ଯୁବ ନେତା ଅନିଦ୍ୟ ବେହେରା, ଶିକ୍ଷ୍ୟ ବିଭାଗର ବିଜୟ ନନ୍ଦ ସାହୁ,ପୁଷ୍ପ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।ଅତିଥି ମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରିପାରିବା ବିଷୟରେ କାର୍ଯ୍ୟ କର୍ତ୍ତାଙ୍କ ସହିତ ଆଲଚନା କରିଥିଲେ ।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।