logo

ଜ୍ୟୋତିପୁର, ଫୁଲକଅଲେଈ ଓ ଭୂଇଁପୁର ଲ୍ୟାମ୍ପସ ରେ ଧାନମଣ୍ଡି ଉଦଘାଟିତ।

ଜ୍ୟୋତିପୁର, ଫୁଲକଅଲେଈ ଓ ଭୂଇଁପୁର ଲ୍ୟାମ୍ପସ ରେ ଧାନମଣ୍ଡି ଉଦଘାଟିତ।

ଚମ୍ପୁଆ -୨/୧, ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜ୍ୟୋତିପୁର ଲ୍ୟାମ୍ପସ, ଜଜପଶି ପଞ୍ଚାୟତ ର ଫୁଲକଁଅଲେଈ ଓ ଭୂଇଁପୁର ଠାରେ ସରକାରଙ୍କ ତରଫରୁ ଧାନମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କ୍ରୟର ଶୁଭାରମ୍ଭ କରାଯାଇଛି l ଧାନ ମଣ୍ଡିକୁ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ଯୋଗ ଦେଇ ମଣ୍ଡି ଗୁଡିକ ଉଦଘାଟିତ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଆଇ. ସି. ଏସ ଆଡ଼ସମିସଷ୍ଟେଟର ଶ୍ରୀମତୀ ବର୍ଷାରାଣୀ ରଣା,ଚମ୍ପୁଆ ନିୟନ୍ତ୍ରୀତ ବଜାର କମିଟି, ସମ୍ପାଦକ ଦିଗାମ୍ବର ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୀଲ କୁମାର ମହାନ୍ତ, ଭି. ଏ. ଡବ୍ଲୁ ସାଉଁରୁ ମାରାଣ୍ଡି, ବିଜେପି ଜ୍ୟୋତିପୁର ମଣ୍ଡଳ ସଭାପତି ସିଧେଶ୍ଵର ମହାନ୍ତ, ବାଙ୍କିଆ,ଲେଲେସ ରାଇସ ମିଲ ର ପ୍ରତିନିଧି ଗଗନ ବିହାରୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ l ଧାନ ମଣ୍ଡିରେ ଧୂପ ପ୍ରଜ୍ୟଳନ ପୂଜା ଅର୍ଚନା କରି ନଡ଼ିଆ ଭାଙ୍ଗି ମୁଖ୍ୟଅତିଥି ଉଦଘାଟିତ କରିଥିବା ବେଳେ ଚାଷୀଙ୍କ ଠାରୁ ଧାନ କ୍ରୟର ଶୁଭାରମ୍ଭ କରାଯାଇଥିଲା l ସାଧାରଣ ଧାନ ର ଏଫ. ଏ. କ୍ୟୁ ସହାୟକ ମୂଲ୍ୟ 3100 ଟଙ୍କା ରହିଥିବା ବେଳେ ଫୁଲକଁଅଲେଈ ମଣ୍ଡିରେ ବୁଧବାର, ଶନିବାର, ଜ୍ୟୋତିପୁର ଲ୍ୟାମ୍ପସ ରେ ମଙ୍ଗଳବାର, ଶୁକ୍ରବାର ଦିନ ଚାଷୀମାନଙ୍କ ଠାରୁ ଧାନ କ୍ରୟର ଧାର୍ଯ୍ୟ କରାଯାଇଛି l ସେହିପରି ଭୂଇଁପୁର ଲ୍ୟାମ୍ପରେ ସୋମବାର, ଶୁକ୍ରବାର ଦିନ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବ ବୋଲି ସୂଚନା ମିଳିଛି l କାର୍ଯ୍ୟକ୍ରମରେ ଜ୍ୟୋତିପୁର ଲ୍ୟାମ୍ପସ ଏମ. ଡି ମାନସ ରଞ୍ଜନ କର, ଶାଖା ପରିଚାଳକ ଦୁଷ୍ମନ୍ତ ସାହୁ, ଡି. ଓ ସତ୍ୟବ୍ରତ କର ଏବଂ ଭୂଇଁପୁର ଲ୍ୟାମ୍ପସ ଏମ. ଡି ହୀରାମୋହନ ନାୟକ, ଡି. ଓ ବଳଭଦ୍ର ନାଏକ, ପିଅନ ରୋହିତ ମହାନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ଗ୍ରାମ ତଥା ଅଞ୍ଚଳର ସହସ୍ରାଧିକ ଚାଷୀ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

27
1106 views