logo

ଆଶା ଓ ଅଭିଳାଷ।

ଆଶା ଓ ଅଭିଳାଷ
---------------------

ମନୁଷ୍ଯ ଜନ୍ମଗ୍ରହଣ ଓ ଶେଷନିଃଶ୍ଵାସ ତ୍ଯାଗ ପର୍ଯ୍ୟନ୍ତ ତାର ବିଭିନ୍ନ ପ୍ରକାରର ଆଶା ଓ ଅଭିଳାଷ ଅପୁରଣୀୟ ହୋଇ ରହିଥାଏ। ମାତ୍ରୁ ଗର୍ଭରେ ଭ୍ରୁଣ ହୋଇ ଜନ୍ମଗ୍ରହଣ ପର୍ଯ୍ୟନ୍ତ ପୂର୍ବ ଜନ୍ମ ଜନ୍ମାନ୍ତର ଅସରନ୍ତି ଆଶା ଗୁଡିକ ସଂଚିତ ହୋଇ ରହିଥାଏ। ତାହା ପୁନର୍ବାର ପ୍ରାପ୍ତ ତଥା ହାସଲ କରିବା ପାଇଁ ଚେଷ୍ଟା କରେ। ତାହା ହିଁ ଜନ୍ମ ଗ୍ରହଣ କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୁଏ। ସେହି ପ୍ରୟାସ ହିଁ ଜୀବିତ ଥିବା ସମୟରେ ଅଭିଳାଷ ପୂରଣକରିବା ପାଇଁ ଅହରହ ପ୍ରେରିତ କରୁଥାଏ। ଏହା ସମସ୍ତ ମନୁଷ୍ଯ ଜନ୍ମଗ୍ରହଣ ପୂର୍ବରୁ ସଂସ୍କାର ରୂପରେ ବ୍ଯକ୍ତିର ଅନ୍ତକରଣ ରେ ସାଇତାହୋଇଥାଏ। ତାହା ନ ମିଳିଲା ପର୍ଯ୍ୟନ୍ତ ଜନ୍ମ ଓ ମ୍ରୁତ୍ୟୁ ଚକ୍ରବ୍ୟୁହରେ ପଡି ରହିଥାଏ।

ବ୍ଯକ୍ତି ନିଜର ସ୍ବତନ୍ତ୍ରତା କଣ ନିଜକୁ ନିଜେ ଜାଣିବା ପାଇଁ ଚେଷ୍ଟା କରେ ନାହିଁ। ସବୁବେଳେ ନିଜର ଅସରନ୍ତି ଆଶା ଓ ଅଭିଳାଷ ଗୁଡିକ ପୂରଣକରିବା ପାଇଁ ବାରମ୍ବାର ଚେଷ୍ଟା କରେ। ଯେତେବେଳେ ପର୍ଯ୍ୟନ୍ତ ଜନ୍ମ ଓ ମ୍ରୁତ୍ୟୁ ର ପ୍ରକ୍ରୁତ ରହସ୍ଯକୁ ବ୍ଯକ୍ତି ଜାଣିବା ନିମନ୍ତେ ଯତ୍ନଶୀଳ ହେବନାହିଁ। ସେପର୍ଯ୍ୟନ୍ତ ସେହି ବ୍ୟକ୍ତି, ନିଜେ ନିଜକୁ ଏହି ଜନ୍ମ ଓ ମ୍ରୁତ୍ୟୁ ଚକ୍ରବ୍ୟୁହ ରୁ ଉଦ୍ଧାର କରିବାକୁ ସକ୍ଷମ ହେବନାହିଁ। ଜୀବନ ର ପ୍ରକ୍ରୁତ ଉଦ୍ଦେଶ୍ଯ ଓ ନିଜର ବାସ୍ତବ ପରିଚୟକୁ ଜାଣିବା ପାଇଁ ଚେଷ୍ଟା ନକରିବା ଏକ ଦୁର୍ଭାଗ୍ଯର ବିଷୟ ବୋଲି କହିବା ଯୁକ୍ତିଯୁକ୍ତ ହେବ। ଯେତେବେଳେ ବ୍ଯକ୍ତି ନିଜର ସ୍ବତନ୍ତ୍ର ଆତ୍ମା ସ୍ବରୂପକୁ ଜାଣି ପାରିବ। ସେତେବେଳେ ସେହି ଜୀବାତ୍ମା ନିଜେ ହିଁ ନିଜର ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବାକୁ ସାମର୍ଥ୍ଯ ହାସଲ କରିବ। ନଚେତ୍ ବାରମ୍ବାର ଜନ୍ମ ଓ ମ୍ରୁତ୍ୟୁ ଚକ୍ରବ୍ୟୁହରେ ବିଭିନ୍ନ ପ୍ରକାରର ରୂପ ଧାରଣ କରିବାକୁ ବାଧ୍ଯ ହେଉଥିବ।

ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ବଚନ ଶ୍ରୀମଦ୍ଭଗବଦ୍ଗୀତା ର ଦ୍ବିତୀୟ ଅଧ୍ୟାୟରେ ଉଲ୍ଲେଖିତ ୧୨ ଓ ୧୩ ନମ୍ବର ଶ୍ଳୋକରେ ସ୍ପଷ୍ଟ ଭାବରେ କହିଛନ୍ତି। ତାହା ନିମ୍ନରେ ଶ୍ଳୋକ ସହିତ ଭାବାର୍ଥ ପ୍ରକାଶ କରାଯାଇଛି।

ନ ତ୍ବେବାହଂ ଜାତୁ ନାସଂ ନ ତ୍ବଂ ନେମେ ଜନାଧିପାଃ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍।।୨/୧୨।।

ଭାବାର୍ଥ: ଏପରି ନୁହେଁ ଯେ, କୌଣସି କାଳରେ ମୁଁ ନଥିଲି, କି ତମେ ନଥିଲ, କି ଏହି ରାଜାମାନେ ନଥିଲେ। ପୁଣି ଏପରି ମଧ୍ଯ ଘଟିବ ନାହିଁ ଯେ, ଭବିଷ୍ଯତରେ ଆମେ ସମସ୍ତେ ରହିବା ନାହିଁ।।୨/୧୨।।

ଦେହିନୋଅସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା।
ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି।।୨/୧୩।।

ଭାବାର୍ଥ: ଯେପରି ଏହି ଦେହରେ ଜୀବାତ୍ମାର ବାଲ୍ୟାବସ୍ଥା, ଯୌବନାବସ୍ଥା ଓ ବ୍ରୁଦ୍ଧାବସ୍ଥା ହୋଇଥାଏ, ସେପରି ଅନ୍ୟ ଶରୀର ମଧ୍ଯ ପ୍ରାପ୍ତି ହୁଏ; ସେହି ବିଷୟରେ ଧୀର ପୁରୁଷ ମୋହଗ୍ରସ୍ତ ହୁଅନ୍ତି ନାହିଁ।।୨/୧୩।।

ଭଗବାନଙ୍କ ଦିବ୍ୟ ବଚନ ଶ୍ରୀମଦ୍ଭଗବଦ୍ଗୀତା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଜୀବାତ୍ମା ର ବିନଷ୍ଟ ହୁଏନାହିଁ। ଏପରି କହି ଭଗବାନ ଆତ୍ମାର ନିତ୍ୟତା ଏବଂ ନିର୍ବିକାରତା ନିରୂପଣ କରିଛନ୍ତି। ଯେଉଁମାନେ ଧୀର ପୁରୁଷ ଅର୍ଥାତ୍ ବୁଦ୍ଧିମାନ ଜ୍ଞାନୀ ଅଟନ୍ତି। ସେମାନଙ୍କର ଏହି ମୋହ ମାୟା ସଂସାରର ଚକ୍ରବ୍ୟୁହରେ ପଡି ବାରମ୍ବାର ଜନ୍ମ ଓ ମ୍ରୁତ୍ୟୁ ପ୍ରାପ୍ତ କରିବା ପାଇଁ ଆଗ୍ରହୀ ହୁଅନ୍ତି ନାହିଁ। ସବୁବେଳେ ନିଜକୁ ନିଜେ ଉଦ୍ଧାର କରିବାକୁ ଚେଷ୍ଟା କରନ୍ତି। ସେଥିରେ ସଫଳତା ଲାଭ କରନ୍ତି। କାରଣ ସେମାନେ ଭଲକରି ଜାଣନ୍ତି ଯେ, ନିଜକୁ ନିଜେ ଅର୍ଥାତ୍ ଆତ୍ମୋଦ୍ଧାର ପାଇଁ କରାଯାଉଥିବା ପ୍ରୟାସ କଦାପି ନିସ୍ଫଳ ହୁଏନାହିଁ, କି ସେହିସବୁ ସଂସ୍କାର ମ୍ରୁତ୍ୟୁ ପରେ ମଧ୍ଯ ନଷ୍ଟ ହୁଏନାହିଁ। ନିଜକୁ ନିଜେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଆଧ୍ଯାତ୍ମିକ ସାଧକଙ୍କର ଶରୀର ବିନଷ୍ଟ ହେବା ସତ୍ତ୍ବେ ତାଙ୍କର ପୂର୍ବଜନ୍ମରେ ସଂଚିତ ହୋଇ ରହିଥିବା ସାଧନାର ସଂସ୍କାର ପୁନର୍ବାର ପରବର୍ତ୍ତୀ ସମୟରେ ଅର୍ଥାତ୍ ମନୁଷ୍ଯ ଜନ୍ମଗ୍ରହଣରେ ମିଳିଯାଏ। ସେହି ସଂସ୍କାର ପ୍ରଭାବରେ ସାଧକ ପୁନର୍ବାର ନିଜକୁ ନିଜେ ଉଦ୍ଧାର କରିବାକୁ ପୂର୍ବାପେକ୍ଷା ଅଧିକ ସଂଯମତା ଆଚରଣ କରେ। ଭଗବାନଙ୍କ ଅପାର କ୍ରୁପାରୁ ସେହି ଜୀବାତ୍ମା ଏହି ମାୟାମୋହିନୀ ସଂସାର ସାଗରରୁ ଉଦ୍ଧାର କରିବାକୁ ସକ୍ଷମ ହୋଇଯାଏ।

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: ୮୪୫୬୦୫୨୮୭୬

25
758 views