logo

ବନିକାରେ ୧୬ ତମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ: ବାବା ମୁକୁନା ପାଟ ଚମ୍ପିୟାନ।

ବନିକାରେ ୧୬ ତମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ: ବାବା ମୁକୁନା ପାଟ ଚମ୍ପିୟାନ।

ଚମ୍ପୁଆ: ୧/୧, ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ବନିକା ଗ୍ରାମ ଏଭର ଗ୍ରୀନ ସ୍ପୋର୍ଟ୍ ଏଣ୍ଡ କଲଚରାଲ କ୍ଳବ, ବନିକା ଆନୁକୂଲ୍ୟରେ ୧୬ତମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଦିନ ବିନିକା ମିନି ଷ୍ଟାଡିୟମ ଠାରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୬ଟି କ୍ରିକେଟ ଖେଳାଳୀ ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ବଡନଇ ଏକାଦଶ ଦଳ ପ୍ରଥମେ ବ୍ୟାଟିଂକରି ୧୦ ଓଭରରେ ୧୦ ୱିକେଟ ହରାଇ ୯୫ ରନ ସଂଗ୍ରହ କରିଥିଲେ, ତାର ଜବାବରେ ବାବା ମୁକୁନା ପାଟ ଦଳ ୯୬ ରନ ବିଜୟ ଲକ୍ଷ ଟାରଗେଟରେ ବ୍ୟାଟିଂ କରି ୭ ଓଭର ୪ଟି ବାଲ ରେ ୪ ୱକେଟ ହରାଇ ୯୬ ରନ କରି ବିଜୟ ହାସଲ କରିଥିଲେ। ଯାହା ଫଳରେ ବାବା ମୁକୁନା ପାଟ ଚମ୍ପିୟାନ ହୋଇଥିଲା। କ୍ରିକେଟ ଖେଳକୁ ଅମ୍ପାୟାର ସଂକେତ ନାୟକ, ତ୍ରିନାଥ ମହାନ୍ତ ପରିଚାଳନା କରିଥିବାବେଳେ ଯୁବ ଭାଷ୍ୟକାର ଭରତ ଚନ୍ଦ୍ର ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ ଧାରାବିବରଣୀ ପ୍ରଦାନ କରିଥିଲେ ଏବଂ ସ୍ମରିଙ୍ଗ ଦାୟିତ୍ୱରେ ଲିପଟନ ପାତ୍ର ଓ କ୍ରିଷ୍ଣା ନାୟକ, ମିଉଜିକ କୁଳମଣି ମହାନ୍ତ ଓ ମିଥୁନ କୁମାର ମହାନ୍ତ ଥିଲେ। ଉଦଯାପନୀ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପରମାନନ୍ଦ ମହାନ୍ତ, ସମ୍ମାନିତ ଅତିଥି ଭାବେ ରଙ୍ଗମାଟିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରତିକାନ୍ତ ସିଂହ ତଥା ସମାଜସେବୀ ଅରୁଣ କୁମାର ବେହେରା ଓ ଦୈତାରୀ ବେହେରା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅତିଥିମାନେ ବିଜୟୀ ଚମ୍ପିୟାନ ବାବା ମୁକୁନା ଦଳକୁ ୧ମ ପୁରସ୍କାର ପନ୍ଦର ହଜାର ଟଙ୍କା ର ନଗଦ ଅର୍ଥରାଶି ସହିତ ଟ୍ରଫି, ୨ୟ ପୁରସ୍କାର ରନରସ ବଡନଇ ଏକାଦଶ ଦଳକୁ ବାର ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିବା ବେଳେ ୩ୟ ଓ ୪ର୍ଥ ପୁରସ୍କାର କମଣ୍ଡ ଏକାଦଶ, ଜାମଦଲକ ଇଲେଭେନ ଦଳକୁ ଗୋଟିଏ ବତକ ସହିତ ଟ୍ରଫି ପ୍ରଦାନ କରିଥିଲେ। କ୍ରିକେଟ ଖେଳକୁ କଲଚରାଲ କ୍ଳବ, ବନିକାର ସଦସ୍ୟ ଫଣିନ୍ଦ୍ର ମୁଣ୍ଡା, ଲିକୁନ ମହାନ୍ତ, ଶରତ ଚନ୍ଦ୍ର ମହାନ୍ତ, ତୁଫାନ ମୁଣ୍ଡା , ବିଶ୍ୱଜିତ ମହାନ୍ତ, ଚନ୍ଦନ ମହାନ୍ତ, ରହନ ମହାନ୍ତ , ନିର୍ମଳ ମହାନ୍ତ, ଡାକ୍ତର ମୁଣ୍ଡା, ସାଇ କୁମାର , ଶ୍ରୀକୃଷ୍ଣ ମହାନ୍ତ ,ଜତିନ ମୁଣ୍ଡା, ସୁବାସ ମୁଣ୍ଡା, ମଣ୍ଟୁ ମହାକୁଡ଼, ହେମନ୍ତ ମୁଣ୍ଡା ,ସତିକାନ୍ତ ମହାନ୍ତ,ଭିଜନ ମହାନ୍ତ , ନନୀ ମହାନ୍ତ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। କ୍ରିକେଟ ଖେଳ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ହଜାର ହଜାର କ୍ରିକେଟ ପ୍ରେମୀ ପୁରୁଷ, ମହିଳାମାନଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

20
1511 views