logo

ୟକ୍ଷ ପ୍ରଶ୍ନ - ଡ. ଶୁଭେନ୍ଦୁ ମେହେର ଙ୍କ ଦ୍ଵାରା ରଚିତ କବିତା।

ୟକ୍ଷ ପ୍ରଶ୍ନ
*******

ମୂଳ ହିନ୍ଦି-ଅଟଳ ବିହାରୀ ବାଜପେୟୀ
ଓଡ଼ିଆ-ଶୁଭେନ୍ଦୁ ମେହେର


ଯାହା କାଲିଥିଲା ଆଜି ଆଉ ନାହିଁ ।
ଯାହା ଆଜି ଅଛି
ଆସନ୍ତା କାଲି ନଥିବ,
ଥିବା ନଥିବା କ୍ରମରେ ଏଇମିତି
ଆଗକୁ ଆଗକୁ ଚାଲିବାକୁ ହେବ ।

ମୁଁ ଅଛି, ମୁଁ ରହିବି
ଏ ଭ୍ରମ ବି ପରିବର୍ତ୍ତନୀୟ ।

ସତ୍ୟ କ'ଣ ?
ହେବାକଥା କି' ନ ହେବାକଥା ?
ନା' ଦୁଇଟା ଯାକ ସତ୍ୟ !
ଯାହା ଅଛି,
ତାହା ରହିବା ହିଁ ସତ୍ୟ
ଯାହା ନାହିଁ,
ତାହା ନ ରହିବା ବି ସତ୍ୟ
ମୋତେ ଲାଗେ କି ?
ହେବା ନ ହେବା ଉଭୟେ
ସତ୍ୟର ଗୋଟିଏ ଗୋଟିଏ ପାର୍ଶ୍ଵ ।

ଶେଷରେ......
ସମସ୍ତେ ବୁଝନ୍ତି
ତାହା ହିଁ ବୁଦ୍ଧିର ବ୍ୟାୟାମ
କିନ୍ତୁ......
ନ ହେବାପରେ କଣ ହୁଏ ?
ଏହି ପ୍ରଶ୍ନ..........ଅନୁତ୍ତରିତ ରହେ ।

ସମସ୍ତ ନୂଆ ନଚିକେତା...!
ଏହି ପ୍ରଶ୍ନର ଖୋଜରେ ଆଜି,
ସମସ୍ତ ସାଧକ ମାନଙ୍କୁ ହିଁ
ଠକିଛି ଏ ପ୍ରଶ୍ନ ।
ମାନେ.....
ଏ ପ୍ରଶ୍ନ, ପ୍ରଶ୍ନ ହୋଇ ରହିବ ।
ଯଦି କିଛି ପ୍ରଶ୍ନ ଅନୁତ୍ତରିତ ରୁହେ,
ତେବେ ଏଇଥିରେ ଅସୁବିଧା କଣ ?
ହଁ ଖୋଜିବାର ତତ୍ପରତା ନ ଅଟକୁ ।

ଧର୍ମର ଅନୁଭୂତି
ବିଜ୍ଞାନର ଅନୁସନ୍ଧାନ
ଦିନେ ଅବଶ୍ୟ ରୁଦ୍ଧଦ୍ୱାର ଖୋଲିବ
ପ୍ରଶ୍ନ ପଚାରିବା ପରେ
ୟକ୍ଷ ହିଁ ନିଜେ ଉତ୍ତର କହିବ ।।

ଡ. ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ମୋବାଇଲ: 99384 33664

10
722 views