
୩୦୦ ୟୁନିଟ ବିଦ୍ୟୁତ ଛାଡ଼ ଦାବିରେ କଂଗ୍ରେସର ବିକ୍ଷୋଭ।
*୩୦୦ ୟୁନିଟ ବିଦ୍ୟୁତ ଛାଡ଼ ଦାବିରେ କଂଗ୍ରେସର ବିକ୍ଷୋଭ l*
କେନ୍ଦୁଝର : ଅହେତୁକ ଶୁଳ୍କ ଅତିରିକ୍ତ ସୁରକ୍ଷା ଜମା ଦାଖଲ ନ କରିବା, ୩୦୦ ୟୁନିଟ ବିଦ୍ୟୁତ ଛାଡ଼ ଓ ଚାଷୀ ମାଗଣା ବିଦ୍ୟୁତ ଦେବା ବ୍ୟବସ୍ଥା ଦାବିରେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ତରଫରୁ କେନ୍ଦୁଝର ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଜରିଆରେ ଓଡିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ୧୦ ଦଫା ଦାବୀ ନେଇ ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ କର୍ମୀମାନେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫାଟକ ବନ୍ଦକରି ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ କରିବା ସହିତ ପ୍ରତିବାଦ କରିଥିଲେ l ଏହି କାର୍ଯ୍ୟକ୍ରମ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏହି ବିକ୍ଷୋଭ ସାମିଲ ହୋଇ ବିଜେପି ଶାସିତ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ବିଦ୍ୟୁତ ବିଭାଗରେ ହେଉଥିବା ଅନ୍ୟାୟ ଓ ଚାଷୀ ମାନଙ୍କ ତାଙ୍କ ଦାବୀ ମାନିବାକୁ ଦାବୀ କରିଥିଲେ l ଏଥିରେ ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ପୂର୍ବତନ କଂଗ୍ରେସ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ବରିଷ୍ଠ କଂଗ୍ରେସ ନେତା ଲଳିତ ମୋହନ ନାୟକ, ସୁଢଳ କୁମାର ସେଠି, ଉତ୍ତମ କୁମାର ସାହୁ, ଦିନେଶ ରାଉତ, ସୁବ୍ରତ ପ୍ରଧାନ, ପ୍ରଦୀପ କୁମାର ଦାସ, ପ୍ରମୋଦ ବେହେରା, ଐତିହ ଦିବ୍ୟ ସିଂହ, ସୁଶାନ୍ତ ଜେନା, ପବିତ୍ର ବେହେରା, ସୁବାସ ପ୍ରଧାନ ଓ ଗୁରୁଚରଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।