logo

ମନେ ପଡେ ପିଲାଦିନ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

*ମନେ ପଡେ ପିଲାଦିନ*


ସ୍ମୃତି ବିସ୍ମୃତିର ଗନ୍ତାଘର ଅଟେ
ଏଇ ମାନବ ଜୀବନ ,
ଗୋଟି ଗୋଟିହୋଇ ମନେ ପଡ଼ିଯାଏ
ଅତୀତର ପିଲାଦିନ I
ପାହାନ୍ତା ପ୍ରହରୁ ମାଆ ଉଠାଇଣ
ଜାଳି ଦିଅନ୍ତି ଲଣ୍ଠନ ,
ପଢିବା ପାଇଁକି ବସେଇ ଦିଅନ୍ତି
କରନ୍ତି ସେ ନିଜକାମ I
ବାପା ଚାଲିଯାନ୍ତି ବଗାଳିଆ ସାଥେ
ବାଡ଼ି ପଟେ ଥିବା ଖଳାକୁ,
ଧାନ ରଖାହେବ ବେଣ୍ଟି ତିଆରିବେ
ସକାଳରେ ଯିବେ ବିଲକୁ I
ପାଠ ଛାଡ଼ିଦେଇ ମୁଁ ଧାଉଁଥିଲି
ବାପାଙ୍କୁ ସାଙ୍ଗ ଦେବାକୁ ,
ଭାରି ମଜାଲାଗେ ଏହିସବୁ କାମ
ମନ ବଳେ ଶିଖିବାକୁ I
ବେଣ୍ଟି ଗୁନ୍ଥିସାରି ପାକଳ ପାଇଁକି
ଟାଣ କରି ବାନ୍ଧି ଦିଅନ୍ତି ,
ଦୁଇ ଦିନପରେ ତାହାକୁ ଗୁଡ଼ାଇ
ଘର କୁ ଆଣିଥାଆନ୍ତି I
ସନ୍ଧ୍ୟା ହୋଇଗଲେ ଶିକଲ ଦଉଡି
ଛକି କରି ଗୁଡା ଅନ୍ତି,
ଧାନର ମାପରେ ବେଣ୍ଟିର ବେସ କୁ
ଗଣିକରି ବିଛାଅନ୍ତି I
ଗଞ୍ଛା ଦେଇ ପୁଣି ତାହାରି ଉପରେ
ଧାନକୁ ଢାଳିଥାନ୍ତି,
ଧାନ ସରିଗଲେ ଆରମ୍ଭର ପରି
ବେଣ୍ଟିକୁ ଗୁଡ଼ାଇ ଥାଆନ୍ତି I
ସବୁଠୁ ଶେଷରେ ଶିକଲକୁ ବାନ୍ଧି
ତାଳ ମୁଦଗର ରେ ପିଟନ୍ତି ,
ଗୋଟିଏ ମୁଣ୍ଡକୁ ତାଳ ରେ ବାନ୍ଧିଣ
ଜଣେ ଟାଣି ଧରିଥାନ୍ତି I
ଅନ୍ୟ ମୁଣ୍ଡକୁ ଚାରି ପାଞ୍ଚଜଣ
ଟାଣିକି ଓହଳି ଥାଆନ୍ତି,
ଆଉଜଣେ ପୁଣି ମୁଦ୍ଗରକୁଧରି
ଜୋର ରେ ପ୍ରହାର କରନ୍ତି I
ଏହାପରେ ସେହି ପୁଡ୍ଗକୁ ଗଡ଼ାଇ
ଧାନ ଭାଡ଼ି ପରେ ରଖନ୍ତି ,
କାମର ଶେଷରେ ଆସିଥିବା ଲୋକ
ଖାଦ୍ୟ ଖାଇ ଯାଇଥାନ୍ତି I
ଏତେ କାମ କରି ଆମ ବାପାମାଆ
ବହୁ ବର୍ଷ ବଞ୍ଚିଥିଲେ,
ଆଜିକିନ୍ତୁ ହୁଏ ସବୁରଓଲଟା
ଆଳସ୍ୟ ରେ ଦିନ କାଟିଲେ I
ନୂଆ ନୂଆ ରୋଗ ଆମନ୍ତ୍ରଣ କରି
ବହୁ ଦୁଃଖ କଷ୍ଟ ପାଏ,
ଅଦିନରେ ପୁଣି ଅମୁଲ୍ୟ ଜୀବନ
ବୃଥାଟାରେ ହାରିଦିଏ I
--------------------
ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ମୋବାଇଲ: 88959 74011

16
872 views