logo

ଅବିବାହିତା ଯୁବତୀ ଙ୍କ ହୃଦଘାତ ରେ ପରଲୋକ।

ଅବିବାହିତା ଯୁବତୀ ଙ୍କ ହୃଦଘାତ ରେ ପରଲୋକ।

ପାଟଣା-୨୮/୧୨, ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଅସନବାହାଳି ଗ୍ରାମର ବାସିନ୍ଦା ତଥା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର ଅବସରପ୍ରାପ୍ତ କର୍ମଚାରୀ ଲାଲମୋହନ ମହାନ୍ତ ଙ୍କ ଏକମାତ୍ର ଅବିବାହିତା ଝିଅ ଚନ୍ଦ୍ରିକା ମହାନ୍ତ(୩୭)ଙ୍କର ଆଜି ସକାଳ ସାଢେ଼ 7 ଘଟିକା ବେଳେ ହୃତଘାତରେ ପରଲୋକ ଘଟିଛି।ଚନ୍ଦ୍ରିକା ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଜଣେ ଭଲ ଝିଅ ଭାବେ ବେଶ ସୁପରିଚିତ ଥିଲେ।ସେ ମେଳାପୀ ତଥା ସ୍ନେହୀ ଥିବାରୁ ସମସ୍ତ ଙ୍କ ଆପଣାର ହୋଇଥିଲେ ।ତାଙ୍କ ବିୟୋଗରେ ଗ୍ରାମରେ ଶୋକ ପ୍ରକାଶ ପାଇଥିଲା।ଆଜି ଗ୍ରାମ ନିକଟ ବୈତରଣୀ କୂଳ ସ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ତାଙ୍କର ଭାଇ ତଥା ସାମାଜିକ କର୍ମୀ ଭୁତ ମହାନ୍ତ ମୁଖାଗ୍ନି ଦେଇଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

33
1304 views