logo

ଜ଼ିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ l

*ଜ଼ିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ l*

କେନ୍ଦୁଝର:୨୮/୧୨, ଶାନ୍ତି, ମୈତ୍ରୀ ଓ ସଦଭାବନାର ଦଳ କଂଗ୍ରେସ ଦଳ l ଦେଶର ସବୁଠାରୁ ପୁରାତନ ଦଳ କଂଗ୍ରେସ ଦଳ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ପାଳିତ ହୋଇଯାଇଛି l ଜ଼ିଲ୍ଲା କଂଗ୍ରେସ ସେବାଦଳ ଅଧକ୍ଷ ବୀରଭଦ୍ର ମହାନ୍ତଙ୍କ ସଂଯୋଜନାରେ ପ୍ରଥମେ ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା କଂଗ୍ରେସ ପତାକା ଉତ୍ତୋଳନ କରିଥିଲେ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ କରିଥିଲେ l ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ କଂଗ୍ରେସ ଦଳର ଅନୁଚିନ୍ତା ଏବଂ ଶପଥ ପାଠ କରାଇଥିଲେ l ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନାଙ୍କ ଅଧକ୍ଷତାରେ ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ସାଂସଦ ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯଶୋବନ୍ତ ସିଂ ଲାଗୁରି, ପୂର୍ବତନ ବିଧାୟକ ତଥା ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ପୂର୍ବତନ କଂଗ୍ରେସ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, କଂଗ୍ରେସ ନେତା ଦୀପକ କୁମାର ରାଜ ପ୍ରମୁଖ କଂଗ୍ରେସ ବିଷୟରେ ଆଲୋଚନା କରିଥିଲେ l ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଘସିପୁରା ପୂର୍ବତନ ବିଧାୟକ ପ୍ରାର୍ଥୀ ସୁବ୍ରତ କୁମାର ଚକ୍ର, ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ, ପିସିସି ସଦସ୍ୟ ଲଳିତ ମୋହନ ନାୟକ, ସଦର ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ଦାସ, ଜ଼ିଲ୍ଲା କଂଗ୍ରେସ ସୋସିଆଲ ମିଡ଼ିଆ ଉପାଧ୍ୟକ୍ଷ ତାରିଣୀ ପ୍ରସାଦ ପଟ୍ଟନାୟକ, ତେଲକୋଇ ପୂର୍ବତନ ବିଧାୟକ ପ୍ରାର୍ଥୀ ନିର୍ମଳ କୁମାର ନାୟକ, କଂଗ୍ରେସ ନେତା ରଘୁନାଥ ପାତ୍ର, ସୁରଥ କୁମାର ସାହୁ, ଦିନେଶ କୁମାର ରାଉତ, ସୁବ୍ରତ ନାୟକ, ରୁପରଂଜନ ପଣ୍ଡା, ଐତିହ ଦିବ୍ୟ ସିଂହ, ସଚ୍ଚିଦାନନ୍ଦ ମିଶ୍ର, ଲଷ୍ମଣ ମହାନ୍ତ, ସୁବ୍ରତ ପ୍ରଧାନ, ଦିଲ୍ଲୀପ କୁମାର ସାହୁ, ଗୋବିନ୍ଦ ମହାନ୍ତ, ଆର୍ତ୍ତତ୍ରାଣ ଦାସ, ନିମାଇଁ ହାଂସଦା, ବିରଞ୍ଚି ନାଏକ, ରାମଚନ୍ଦ୍ର ମହାରଣା,ରସାନନ୍ଦ ପୃଷ୍ଟି, ସୁବଳ ସାହୁ, ମନରଞ୍ଜନ ସେଠି,ଏସ କେ ଅଲ୍ଲୀ, ବ୍ରଜବନ୍ଧୁ ନାଏକ, ଲୁଲୁ ଜେନା, ସୁଶାନ୍ତ ଜେନା, ପବିତ୍ର ବେହେରା, ଯୁବ କଂଗ୍ରେସ ନେତା ହୃଦୟ ରଞ୍ଜନ ସିଂ, ପ୍ରଦୀପ ଦାସ ମାନସ ବେହେରା, ସଂଗ୍ରାମ ବେହେରା, ଆକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

3
621 views