logo

୨୦୧୬ ବ୍ୟାଚ କାଶିପାଳ ପଞ୍ଚାୟତ ହାଇସ୍କୁଲ ଛାତ୍ର ଛାତ୍ରୀମାନଙ୍କ ବନ୍ଧୁ ମିଳନ।

୨୦୧୬ ବ୍ୟାଚ କାଶିପାଳ ପଞ୍ଚାୟତ ହାଇସ୍କୁଲ ଛାତ୍ର ଛାତ୍ରୀମାନଙ୍କ ବନ୍ଧୁ ମିଳନ।

ଚମ୍ପୁଆ -୨୮/୧୨, ଚମ୍ପୁଆ ବ୍ଲକ କାଶିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୦୧୬ ବ୍ୟାଚ ଛାତ୍ର ଛାତ୍ରୀମାନଙ୍କ ବନ୍ଧୁ ମିଳନ ଉତ୍ସବ କାଶିପାଳ ହାଇସ୍କୁଲ ପରିସର ବହୁମୁଖୀ ସଭାକକ୍ଷ ଠାରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି l ବନ୍ଧୁ ମିଳନ ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଧନେଶ୍ୱର ମହାନ୍ତ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚତୃର୍ଭୁଜ ପ୍ରଧାନ, ସମ୍ମାନିତ ଅତିଥି, ବକ୍ତାଭାବେ ଲେଖକ ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ, ହିନ୍ଦୀ ଶିକ୍ଷକ ତଥା କବି ଭକ୍ତବନ୍ଧୁ ମହାନ୍ତ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପରମେଶ୍ୱର ମହାନ୍ତ ପ୍ରମୁଖ ଯୋଗ ଦେଇ ଅତୀତ କୁ ନ ଭୁଲି ବର୍ତମାନ ସମୟକୁ ସଦୁପଯୋଗ କରିବାକୁ ଦିଗଦର୍ଶନ ଦେଇ ଛାତ୍ର ଛାତ୍ରୀମାନଙ୍କ ବନ୍ଧୁ ମିଳନ ମାଧ୍ୟମରେ ସମୟୋପଯୋଗୀ କାର୍ଯ୍ୟ କରି ବିଦ୍ୟାଳୟ ର ବିକାଶରେ ସହଯୋଗ ର ହାତ ବଢ଼ାଇବାକୁ ଗୁରୁତ୍ୱ ଦେଇଥିଲେ l ପୁରାତନ ଛାତ୍ର ରଣଜିତ କୁମାର ନାଏକଙ୍କ ସ୍ଵlଗତ ଅଭିଭାଷଣ ଓ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଭାଗ୍ୟବତୀ ମହାନ୍ତ, ଦୀପକ କୁମାର ନାଏକ, ସୁରେଖା ନାଏକ, ତୋଫାନ ନାଏକ, ପିଙ୍କିରାଣୀ ନାଏକ ପ୍ରମୁଖ ବିଦ୍ୟାଳୟ ଅଧ୍ୟୟନ ସମୟର ସ୍ମୁତି ଚାରଣ କରିଥିଲେ l ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ସାହୁ, ଶିକ୍ଷୟିତ୍ରୀ ବେବିରାଣୀ ଗିରି,ମିତ୍ରଭାନୁ ମହାନ୍ତ, ପବିତ୍ର ମୋହନ ସିଂହ ଛାତ୍ର ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ତରଫରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ବନ୍ଧୁ ମିଳନ ଉତ୍ସବକୁ ଆବାହକ ପୁରାତନ ଛାତ୍ର ରଣଜିତ ନାଏକ, ଦୀପକ ନାଏକ, ତୋଫାନ ନାଏକ, ପ୍ରେମାନନ୍ଦ ମହାନ୍ତ,, ଅରୁଣ ନାଏକ, ପିଙ୍କିରାଣୀ ନାଏକ, ସୁରେଖା ନାଏକ, ଘଟକର୍ପୁର ମହାନ୍ତ, ଲିପି ଦେହୁରୀ, ସନ୍ତୋଷ ନାଏକ, ଅତୁଲ ନାଏକ, ଯଦୁନାଥ ନାଏକ, ମାନସ କୁମାର ନାଏକ, ବାସୁଦେବ ମହାନ୍ତ, ଅଖିଳ ଚନ୍ଦ୍ର ନାଏକ ପ୍ରମୁଖଙ୍କ ସହଯୋଗୀତାରେ ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

5
1381 views