logo

ଆଧାର କ୍ୟାମ୍ପ କେନ୍ଦୁଝରଗଡ ପୁରୁଣା ସହରରେ ଅନୁଷ୍ଠିତ ହେବ।

ଆଧାର କ୍ୟାମ୍ପ କେନ୍ଦୁଝରଗଡ ପୁରୁଣା ସହରରେ ଅନୁଷ୍ଠିତ ହେବ।

କେନ୍ଦୁଝରଗଡ ପୁରୁଣା ସହର ବଡଦାଣ୍ଡ ସ୍ଥିତ ଘୁଙ୍ଗୁରୁ କ୍ଲବ ରେ ଚଳିତ ମାସ ଡିସେମ୍ବର ୨୯ ତାରିଖ ସୋମବାର ଦିନ କେନ୍ଦୁଝର ଜିଲ୍ଲା ମୁଖ୍ଯ ଡାକ ବିଭାଗର କର୍ମଚାରୀମାନଙ୍କ ଦ୍ବାରା "ଆଧାର କ୍ୟାମ୍ପ" କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ଅର୍ଥ ବ୍ୟୟ କରି ଆଧାର ସଂଶୋଧନ କରିବାର ସୁଯୋଗ ସର୍ବସାଧାରଣ ନାଗରିକ "ଆଧାର କ୍ୟାମ୍ପ" କାର୍ଯ୍ୟକ୍ରମ ରେ ନେଇପାରିବେ। ଘୁଙ୍ଗୁରୁ କ୍ଲବ ର ସମ୍ପାଦକ ସନ୍ତୋଷ ଦାସ୍ ଆମକୁ ସୂଚନା ଦେଇ ସୁନିଶ୍ଚିତ କରିଛନ୍ତି। ସର୍ବସାଧାରଣ ନାଗରିକ ଉକ୍ତ "ଆଧାର କ୍ୟାମ୍ପ" ରେ ଅଂଶ ଗ୍ରହଣ କରିବା ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ସାର୍ବଜନୀନ କରିଦେବା ପାଇଁ ନିବେଦନ କରିଛନ୍ତି।

ସୌଜନ୍ୟ: ଘୁଙ୍ଗୁରୁ କ୍ଲବ, ବଡଦାଣ୍ଡ ପୁରୁଣା ସହର, କେନ୍ଦୁଝରଗଡ।

21
991 views