logo

ଟାଟା ଷ୍ଟିଲ ୟାଟ୍ସ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ କେନ୍ଦୁଝର ଝିଅ ଶ୍ୱେତଲୀନା ପୁରସ୍କୃତ।

ଟାଟା ଷ୍ଟିଲ ୟାଟ୍ସ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ କେନ୍ଦୁଝର ଝିଅ ଶ୍ୱେତଲୀନା ପୁରସ୍କୃତ।

# ଇସ୍ରୋ ପରିଦର୍ଶନ ପାଇଁ ମନୋନୀତ

# ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅଧୀନ ରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ

କେନ୍ଦୁଝର, ଡିସେମ୍ବର ୨୬, ୨୦୨୫: ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ଟାଟା ଷ୍ଟିଲ ୟଙ୍ଗ ଆଷ୍ଟ୍ରୋନୋମର ଟାଲେଣ୍ଟ ସର୍ଚ୍ଚ) ର ଗ୍ରାଣ୍ଡ ଫିନାଲେ -୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲ୍ ର ନବମ ଶ୍ରେଣୀ ର ଛାତ୍ରୀ ଶ୍ୱେତଲୀନI ବେହେରା ରାଜ୍ୟ ର ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ୟାଟ୍ସ କାର୍ଯ୍ୟକ୍ରମରେ ଚଳିତ ବର୍ଷ ରାଜ୍ୟର ସମସ୍ତ ଜିଲାରୁ ୭୬,୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୬୦ ଜଣ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇ ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ରେ ଆୟୋଜିତ ପ୍ରତିଦ୍ୱନ୍ଦିତା ରେ ଯୋଗ ଦେଇଥିଲେ ଯେଉଁଥିରୁ ୩୦ ଜଣ ଙ୍କୁ ଶ୍ରେଷ୍ଠ ବିବେଚନା କରାଯାଇଥିଲା I

ନିଜ ସଫଳତା ସମ୍ପର୍କରେ ଶ୍ୱେତଲୀନI କହିଛନ୍ତି, " ରାଜ୍ୟର ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବି ବୋଲି ମୁଁ କେବେବି କଳ୍ପନା କରିନଥିଲି I ଏଥିପାଇଁ ମୁଁ ବହୁତ ଖୁସି ଏବଂ ମୋର ବାପା, ମା, ଶିକ୍ଷକ, ଶିକ୍ଷୟିତ୍ରୀ, ସାଙ୍ଗ ସାଥି ସର୍ବୋପରି ମୋର ଗାଇଡ୍ ଙ୍କୁ ଅଶେଷ ଧନ୍ୟବାଦ୍ I ମୁଁ ଇସ୍ରୋ ପରିଦର୍ଶନ କରିବା ପାଇଁ ସୁଯୋଗ ପାଇଥିବାରୁ ଅଧିକ ଆନନ୍ଦିତ I

ଏଭଳି ବିଜ୍ଞାନ ଭିତ୍ତିକ ଶିକ୍ଷଣୀୟ କାର୍ଯ୍ୟକ୍ରମ ପାଇଁ ଟାଟା ଷ୍ଟିଲ କୁ ଧନ୍ୟବାଦ I

୧୯ ତମ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅଧୀନ ରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ର ମିଳିତ ସହଯୋଗରେ ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ୟାଟ୍‌ସର ଚଳିତ ସଂସ୍କରଣର ବିଷୟବସ୍ତୁ ରହିଥିଲା “ଆଜିର ନକ୍ଷତ୍ରଦର୍ଶୀ, ଆସନ୍ତାକାଲିର ମହାକାଶଚାରୀ।“

କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ୬୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରI ଅରୁମୁଗମ, ପ୍ଲାନେଟାରିୟମ୍‌ ନିର୍ଦେଶକ (ଭାରପ୍ରାପ୍ତ) ଉର୍ମିପ୍ରଭା ମହାରଣା, ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ୍ ସର୍ଭିସେସ) ଶ୍ରୀ ଡି ବି ସୁନ୍ଦର ରମମ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ I
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ସ୍ପେସ୍ ସେଣ୍ଟରରେ ସେଫ୍ଟି ଅପରେସନ୍ସ ଏବଂ ସିଷ୍ଟମ୍ସ ଇଣ୍ଟିଟିରେ କାର୍ଯ୍ୟରତ ବୈଜ୍ଞାନିକ-ଏସଜି ଏବଂ ଇପି ଓ ଏଫ୍‌ଏମଡି ମୁଖ୍ୟ ଶ୍ରୀ ଅମିତାଭ ମହାନ୍ତି, “ସେରେଣ୍ଡିପିଟି ସ୍ପେସ” (ମହାକାଶରେ ଔଷଧୀୟ ଉତ୍ପାଦର ନିର୍ମାଣ ଓ ସୁରକ୍ଷିତ ଭାବେ ଏହାକୁ ପୃଥିବୀ ପୃଷ୍ଠକୁ ଆଣିବାରେ ସହଯୋଗ କରିବା ପାଇଁ ଉପଗ୍ରହ ବିକଶିତ କରୁଥିବା କମ୍ପାନୀ)ର ସହ ସଂସ୍ଥାପକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନ୍ତରୀକ୍ଷ ପରିଚ୍ଛା ପିଲାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ନିଜର ଅନୁଭୂତି ବାଣ୍ଟିଥିଲେ।

ଏଥିସହିତ, ଭୁବନେଶ୍ୱରର ଏଆଇ ଡେଭଲପର ଏବଂ ୟାଟସ-୨୦୧୫ରେ ସାମିଲ ହୋଇଥିବା ପୂର୍ବତନ ଛାତ୍ର ଆୟୁଷ ଦଳାଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

୨୦୦୭ ମସିହାରେ ୟାଟ୍‌ସ ଶୁଭାରମ୍ଭ ପରଠାରୁ ଏଥିରେ ୪.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡି ହୋଇଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

11
720 views