logo

ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପହିଲିଭୋଗ, ଦାମନଯୋଡି,କୋରାପୁଟ, ଓଡିଶା,ତା୨୫/୧୨/୨୫(ଗୁରୁବାର)

ଦାମନଯୋଡ଼ି ଶ୍ରୀଜଗନ୍ନାଥ ମନ୍ଦିରରେ ପହିଲିଭୋଗ
ଦାମନଯୋଡ଼ି,୨୫/୧୨: ଗୁରୁବାର ନାଲକୋ ଟାଉନସିପ ସେକ୍ଟର-୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ପହିଲିଭୋଗ ନୀତି ସମ୍ପନ୍ନ ହୋଇଛି।ବଡ଼ି ଭୋରରୁ ମହାପ୍ରଭୁଙ୍କ ପୂଜାନୀତି ପରେ ପହିଲି ଭୋଗ ଲାଗି ହୋଇଥିଲା।ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସାଦା ଅନ୍ନ,କାନିକା,ଦହି ଅନ୍ନ,ଡାଲି,ଘାଣ୍ଟ,ପୋଟଳ ରସା,ଶିମ୍ବ ରାଇତା,କଦଳୀ ଭଜା,ଶାଗ,କାବୁଲି ପନିର,ଦହି ବାଇଗଣ,କ୍ଷୀରି,କାକରା,ଚଟଣି,ଖଟା ପ୍ରଭୃତି ୧୫ପ୍ରକାରର ବ୍ୟଞ୍ଜନ ଲାଗି ହୋଇଥିଲା।ପରମ୍ପରା ଅନୁଯାୟୀ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା'ମହାଲକ୍ଷ୍ମୀ ତାଙ୍କର ପିତ୍ରାଳୟକୁ ଯାଇଥିବାରୁ ଶ୍ରୀଜଗନ୍ନାଥଙ୍କ ମାତା ଯଶୋଦାଙ୍କ ହାତରେ ରୋଷଘର ଥାଏ ଓ ସେ’ ତାଙ୍କ ପିଲା ମାନଙ୍କୁ ସହଳ ଖୁଆଇ ଦିଅନ୍ତି।ଶୀତ ଦିନରେ ଲମ୍ବା ରାତି ଯୋଗୁଁ ସକାଳୁ ମହାପ୍ରଭୁଙ୍କୁ ଭୋକ ହେଉଥିବ ବୋଲି ବଡ଼ି ଭୋରରୁ ଏହି ଭୋଗ ଲାଗି ହୋଇଥାଏ।ଦାମନଯୋଡିରେ ପ୍ରତୀକାତ୍ମକ ରୂପେ ଗୋଟିଏ ଦିନ ଏହି ସ୍ଵତନ୍ତ୍ର ଭୋଗଲାଗି ହୋଇଥାଏ।ମନ୍ଦିର ପୂଜକ ଅଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ପୂଜାନୀତି କରିଥିଲେ। ନାଲକୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ସକାଳେ ଶ୍ରୀ ଜୀଉଁଙ୍କଦର୍ଶନ ସହିତ ପ୍ରସାଦ ସେବନ କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଯୁଗ୍ମ ସମ୍ପାଦକ ଅବିନାଶ ଜେନା ଓ ତ୍ରିଲୋଚନ ଚୌଧୁରୀଙ୍କ ସହିତ ନକୁଳ ଚରଣ ପତି,ଅନାମ ଚରଣ ନାୟକ,ରଞ୍ଜନ କୁମାର ବେହେରା,ଜେ.କେ.ନାୟକ,ସଞ୍ଜୟ ସାହୁ,ଅମର ଦାସ,ସୁଶାନ୍ତ କୁମାର ବେହେରା, ଡ. ଅଶୋକ କୁମାର ମହାନ୍ତି,ଖଦାଳ ନାୟକ,ରବୀନ୍ଦ୍ର ନାଥ ମୁଦୁଲି,ସଦାଶିବ ବେହେରା,ଭଞ୍ଜନ ମହାପାତ୍ର,ନିରଞ୍ଜନ ପଣ୍ଡା,ଡ଼ଃ ନିରୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ପ୍ରଫୁଲ୍ଲ ପଣ୍ଡା ଓ ପ୍ରକାଶ ପଣ୍ଡା ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ।ଟାଉନସିପ ଘରୋଇ ସୁରକ୍ଷା ସଂସ୍ଥା କରଣ ସିଂହ ସିକ୍ୟୁରିଟିଜର ସୁରକ୍ଷା କର୍ମୀ ସହଯୋଗ କରିଥିଲେ।

59
2148 views