ସରାଗ ସନ୍ନ୍ୟାସୀ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
*ସରାଗ ସନ୍ନ୍ୟାସୀ*
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ନାମ ଅଟଳବିହାରୀ ,
ନାମଟି ଯେମିତି କାମ ବି ସେମିତି
ସର୍ବ ଗୁଣ ଥିଲା ଭରି I
ତୁମ ପରି ପୁତ୍ର ସଂସାରେ ବିରଳ
ଅମ୍ଲାନ ପ୍ରତିଭା ଟିଏ,
ସକ୍ରିୟ ଶାସକ କବି ଓ ଲେଖକ
ତୁମ ପରି ଅଛି କିଏ I
ଭାରତ ମାତାର ସଚ୍ଚା ସେବକ
ନିର୍ଭୀକ ସଂଗ୍ରାମୀ ତୁମେ,
ସୁ ସମ୍ପାଦକ ବକ୍ତବ୍ୟ ଶାଣିତ
ଜିଦରେ ଅଟଳ ତୁମେ I
ଦୀନ ଦୟାଲ ଙ୍କର ସୁଯୋଗ୍ୟ ଶିଷ୍ୟ
ସରାଗ ସନ୍ନ୍ୟାସୀ ଥିଲ ,
ସଡ଼କ ରୁ ତୁମେ ସଂସଦ ଯାଏ
ସଭିଙ୍କୁ ବିସ୍ମୟ କଲ I
ଲୋକ ସଭାର ଶ୍ଵେତପଦ୍ମ ଦାବି
ନେହେରୁ ବି ସ୍ତମ୍ଭିଭୂତ ,
ପଦ୍ମ ବିଭୂଷଣ ହିନ୍ଦୀ ଗୌରବ
ସେବା ଯୋଗୁଁ ହେଲ ପ୍ରାପ୍ତ I
ଲାଜକୁଳି ଲତା ନୋହୁଁ ରେ ଆମେ
ଛୁଇଁଲେ ଯିବା ଝାଉଁଳି ,
ବିଜୁଳି ଆଘାତେ ଆକାଶର ତାରା
ସତେକି ଯିବ ମଉଳି I
ତୁମପରି ପୁତ୍ର ଖୋଜୁଛିରେ ମାତା
ଫେରିଆସ ଆଉଥରେ ,
ଅନ୍ୟାୟ ଅନୀତି ଘୁଞ୍ଚିବ ଧରାରୁ
ତୁମରି ନିର୍ଭୀକ ସ୍ଵରେ I
ସୁଭଦ୍ରା ମହାନ୍ତ
ମାଗୁରଗାଡ଼ିଆ, କେନ୍ଦୁଝର
ମୋବାଇଲ: 88959 74011
-------------------------