
ରାଜ ବୋଡାସମ୍ଭର କୃଷକ ସଂଗଠନଙ୍କ ଶୁକ୍ରବାର ପଦ୍ମପୁର ବନ୍ଦ ଡାକରା
ରାଜ ବୋଡାସମ୍ଭର କୃଷକ ସଂଗଠନଙ୍କ ଶୁକ୍ରବାର ପଦ୍ମପୁର ବନ୍ଦ ଡାକରା
ବରଗଡ଼: ଓଡ଼ିଶାର ଭାତହାଣ୍ଡି ବୋଲି ପରିଚିତ ବରଗଡ଼ ଜିଲ୍ଲାରେ ଏବେ ଧାନ କିଣା ପ୍ରକ୍ରିୟା ପ୍ରାୟ ଧୀର ଗତିରେ ଚାଲିଛି। ଗତ ବର୍ଷ ଖରିଫ 2024–25ରେ 24 ଡିସେମ୍ବର ସୁଦ୍ଧା 3 ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ସମ୍ପନ୍ନ ହୋଇଥିଲା, କିନ୍ତୁ ଏବର୍ଷ 2025–26ରେ ସେହି ତାରିଖ ପର୍ଯ୍ୟନ୍ତ ମାତ୍ର ଦେଢ଼ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବା ହୋଇଛି, ଯାହା ଗତ ବର୍ଷ ତୁଳନାରେ ଅଧା ହୋଇଛି ବୋଳି ସଂଗଠନ ଆଇନ ପରାମର୍ଶଦାତା ଅଜିତ ଶତପଥି ସୂଚନା ଦେଇଛନ୍ତି. ସେ କହିଛନ୍ତି ଯେ ସରକାର ପ୍ରତିବର୍ଷ ବରଗଡ଼ ଜିଲ୍ଲାରୁ ପ୍ରାୟ 77 ଲକ୍ଷ କୁଇଣ୍ଟାଲ ଧାନ କିଣୁଥିବା ସମୟରେ, ଏବର୍ଷ ଏପର୍ଯ୍ୟନ୍ତ କେବଳ 15 ଲକ୍ଷ କୁଇଣ୍ଟାଲ (20ଖଣ୍ଡ) ବସ୍ତୁ 33,571 ଚାଷୀଙ୍କଠାରୁ କିଣାଯାଇଛି। ଆଉ 1 ଲକ୍ଷ 25 ହଜାର ଚାଷୀ ତାଙ୍କ ଧାନ ବିକ୍ରୟ କରିବାକୁ ପାଳି ଅପେକ୍ଷାରେ ଅଛନ୍ତି। ଅନେକଙ୍କ ପ୍ରଥମ ଟୋକନ ପର୍ଯ୍ୟନ୍ତ ଡାଉନଲୋଡ କରିବାକୁ ସୁଯୋଗ ମିଳିନାହିଁ।
ମଣ୍ଡିରେ 3 କିଲୋରୁ 4 କିଲୋ ପର୍ଯ୍ୟନ୍ତ ‘କଟଣି’ ବା ପ୍ରତିକାଟ ନଦିଲେ ମିଲରମାନେ ଧାନ ନେବାକୁ ମନା କରୁଥିବା ଅଭିଯୋଗ ମଧ୍ୟ ଉଠିଛି। କିଣା ଧୀର ଗତିରୁ ବାଧ୍ୟ ହୋଇ କେତେକ ଚାଷୀ ତାଙ୍କ ଧାନ କମ ଦରରେ ବେଚି ପେଟ ବଞ୍ଚାଇବାକୁ ପଡ଼ୁଛି। ଏହାର ପ୍ରତିବାଦରେ ରାଜ ବୋଡାସମ୍ଭର କୃଷକ ସଂଗଠନ ପକ୍ଷରୁ ଆସନ୍ତା 26 ଡିସେମ୍ବର, ଶୁକ୍ରବାର ସକାଳ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସମସ୍ତ ସରକାରୀ–ବେସରକାରୀ କାର୍ଯ୍ୟାଳୟ, ଦୋକାନ–ବଜାର, ଅଖ ଚକ ବନ୍ଦ ରହିବ।