logo

କ୍ରୀଡା କ୍ଷେତ୍ରରେ ଅନ୍ଵେଷା ହଷ୍ଟେଲର ସଫଳତା। ୩୪ସ୍ଵର୍ଣ୍ଣ, ୩୫ରୌପ୍ୟ ଓ ୨୫ବ୍ରୋଞ୍ଜ ପଦକ ସହ ସମୁଦାୟ ୯୪ଟି ପଦକ ହାସଲ।

କ୍ରୀଡା କ୍ଷେତ୍ରରେ ଅନ୍ଵେଷା ହଷ୍ଟେଲର ସଫଳତା।
୩୪ସ୍ଵର୍ଣ୍ଣ, ୩୫ରୌପ୍ୟ ଓ ୨୫ବ୍ରୋଞ୍ଜ ପଦକ ସହ ସମୁଦାୟ ୯୪ଟି ପଦକ ହାସଲ।

କେନ୍ଦୁଝର, ତା୨୪/୧୨- କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଛାତ୍ରାବାସ ଡି ଡି କଲେଜର ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତି ଆକୃଷ୍ଟ ହୋଇ ସେମାନଙ୍କ ବିଦ୍ୟାଳୟର ବାର୍ଷିକ ଖେଳ ପ୍ରତିଯୋଗିତାରେ ଅନେକ ସାର୍ଟିଫିକେଟ ଓ ପଦକ ହାସଲ କରିଛନ୍ତି। କେନ୍ଦୁଝର ସେଣ୍ଟ ଜାଭିଅର ହାଇସ୍କୁଲ ଓ ଗ୍ରୀନଫିଲ୍ଡ ସ୍କୁଲ ପଳାଶପଙ୍ଗାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ବାର୍ଷିକ ଖେଳକୁଦ ମହୋତ୍ସବରେ ଅନୁଷ୍ଠିତ ଖେଳ ଯଥା ୧୦୦ମି, ୨୦୦ମି, ୮୦୦ମି, ୧୫୦୦ମି ଦୌଡ, ଜାଭେଲିନ ଥ୍ରୋ, ଲମ୍ବଡିଆଁ, ଉଚ୍ଚଡିଆଁ, ସଟଫୁଟ, ଖୋ-ଖୋ, ରିଲେ ରେସ, ଡିସକସ୍‌, ଟ୍ରିପଲ ଜମ୍ପ, ଫ୍ଲାଗ ହୋଲଡ଼ର ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବାଳିକା ବର୍ଗରେ ସୂର୍ଣ୍ଣ ପଦକ ୨୧ଟି, ରୌପ୍ୟପଦକ ୨୨ଟି ଓ ବ୍ରୋଞ୍ଜ ପଦକ ୧୩ଟି ପୁଣି ବାଳକ ବର୍ଗରେ ୧୩ଟି ସ୍ଵର୍ଣ୍ଣପଦକ, ୧୩ଟି ରୌପ୍ୟପଦକ ଓ ୧୨ଟି ବ୍ରୋଞ୍ଜ ପଦକ ଲେଖାଏ ପାଇ ଅନ୍ବେଷା ହଷ୍ଟେଲର ସୁନାମ ଆଣିଛନ୍ତି। ବାଳିକା ବର୍ଗରେ ଲକ୍ଷ୍ମୀ ହେମ୍ବ୍ରମ ଓ ବାଳକ ବର୍ଗରେ ରାଉତ ମାରାଣ୍ଡି ଚମ୍ପିୟାନ ହୋଇଛନ୍ତି। ପ୍ରକାଶ ଥାଉ କି ହଷ୍ଟେଲର ବହୁ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ସକ୍ରିୟ ଅଂଶଗ୍ରହଣ କରି ଜିଲ୍ଲା ଓ ରାଜ୍ଯ ବାହାର ଉନ୍ନତ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟ ଓ ହଷ୍ଟେଲର ସୁନାମ ଅର୍ଜନ କରିଛନ୍ତି। ଏଥିନେଇ ହଷ୍ଟେଲ ପରିଚାଳକ ସନ୍ତୋଷ କୁମାର ସାହୁ ଓ ସହ ପରିଚାଳକ ବିକାଶ ଶତପଥୀ ଓ୍ବାଡେନ ଋକ୍ମଣୀ ମହାନ୍ତ, ଅଞ୍ଜଳୀ ମହାନ୍ତ, ମେଟ୍ରୋନ ଫୁଲମଣୀ ଦେହୁରୀ, ଶଶୀକଳା ମହାନ୍ତ,ଜୟନ୍ତୀ ମହାନ୍ତ, ହିରଣ୍ଯମୟୀ ମହାନ୍ତ, ସିସିଏ ଓ ଅଭିଭାବକ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

13
789 views