logo

ବଙ୍ଗଳାଦେଶର ହିନ୍ଦୁ ବିଦ୍ବେଷୀ ହିଂସାକାଣ୍ଡ ବିରୋଧରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଦୃଢ ପ୍ରତିବାଦ।

ବଙ୍ଗଳାଦେଶର ହିନ୍ଦୁ ବିଦ୍ବେଷୀ ହିଂସାକାଣ୍ଡ ବିରୋଧରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଦୃଢ ପ୍ରତିବାଦ।

କେନ୍ଦୁଝର, ତା୨୪/୧୨- ପଡ଼ୋଶୀ ବଙ୍ଗଳାଦେଶରେ ଧର୍ମାନ୍ଧ ମୌଳବାଦୀଙ୍କ ଦ୍ଵାରା ହିନ୍ଦୁ ମାନଙ୍କ ପ୍ରତି କରା ଯାଉଥିବା ନିର୍ମମ ହତ୍ୟା ପ୍ରତିବାଦରେ କେନ୍ଦୁଝର ଜିଲା ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦ ଜିଲା ସଭାପତି ତୁଷାର ସାମନ୍ତ, ଜିଲା ସମ୍ପାଦକ ସ୍ବପ୍ନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଅପରାହ୍ନରେ କେନ୍ଦୁଝର ମାଇନିଂରୋଡ଼ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରୁ ବାହାରି ଲାବନ ଛକ, କଲେକ୍ଟରେଟ ଛକ, ଗାନ୍ଧୀ ଛକ, ସିରାଜୁଦ୍ଦିନ ଛକ ରାସ୍ତାଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଶତାଧିକ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାର୍ତ୍ତା, ବଜରଙ୍ଗଦଳ କାର୍ଯ୍ୟକାର୍ତ୍ତା, ହିନ୍ଦୁ , ଦୁର୍ଗା ବାହିନୀର ଭଉଣୀ, ଯୁବ ଛାତ୍ର ଓ ବିଭିନ୍ନ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ମହମଦ ୟୁନୁସଙ୍କ ହିନ୍ଦୁ ବିରୋଧୀ ଚିନ୍ତାଧାରା ଓ କାର୍ଯ୍ୟ ପାଇଁ ତାଙ୍କ ଫଟୋଚିତ୍ର ଜଳାଯାଇଥିଲା। ଭାରତରୁ ବଙ୍ଗଳାଦେଶୀ ମାନଙ୍କୁ ବିତାଡିତ କରିବା ପାଇଁ ଏକ ସ୍ୱରରେ ନାରାବାଜି କରା ଯାଇଥିଲା। ଏହି ବିକ୍ଷୋଭରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳ, ଦୁର୍ଗାବାହିନୀ, ସଙ୍ଘ ପତିବାରର ଅନେକ ବରିଷ୍ଠ କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

13
1066 views