
କବିତାଞ୍ଜଳି- ଅଟଳ ବିହାରୀ ବାଜପେୟୀ ଙ୍କ ୧୦୧ତମ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ ଭରତ ପାତ୍ର ଙ୍କ ଦ୍ଵାରା ରଚିତ କବିତା।
ପୂର୍ଵତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୧ତମ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ
କବିତାଞ୍ଜଳି
*******
ହେ ଜନନାୟକ ଭାରତ ରତ୍ନ ଅଟଳଜୀ ବାଜପେୟୀ,
ସାଧୁ ନୀତି ନିଷ୍ଠ, ଚିନ୍ତା ଧାରା ସ୍ପଷ୍ଟ
କଠୋର ସତ୍ୟାଶ୍ରୟୀ,....!!
ଦକ୍ଷ ସାମ୍ବାଦିକ, ଲେଖନୀ ନିର୍ଭୀକ
କବିତା ତ କାଳଜୟୀ,
ତମ ଲେଖନୀରେ, ଦେଶଭକ୍ତି ଝରେ
ଯାହା ଅତୀବ ପ୍ରେରଣାଦାୟୀ,
ସାଂସ୍କୃତିକ ରାଷ୍ଟ୍ରବାଦ ର ଥିଲ
ପ୍ରଚଣ୍ଡ ଉଦଘୋଷକ,
କାଟି ଦେଇଥିଲ,ସଙ୍କୀର୍ଣ, ଧର୍ମାନ୍ଧ
ମୈାଳବାଦୀ ର ବେକ,
ସମଝୋତା ରାଜନୀତି ସୃଷ୍ଟି କରି
ଆଣିଥିଲ ପରାକାଷ୍ଠା,
ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବରେ
ସାଜିଥିଲ ମନ୍ତ୍ର ଦ୍ରଷ୍ଟା,
ହେ ଅଜାତଶତ୍ରୃ, ବିରୋଧୀ ଦଳର
ଅର୍ଜି ଥିଲ ସ୍ନେହ ଶ୍ରଦ୍ଧା,
ରାଜନୀତି ପଙ୍କ ମଧ୍ୟେ ସାଜି ଥିଲ
ସୁଵାସିତ ପଦ୍ମଗନ୍ଧା,
ସେ ବାଗ୍ମୀ ପ୍ରବର,ବ୍ୟଙ୍ଗ ହାସ୍ୟକାର
ଭାଷଣ ତ ଅଗ୍ନିଵର୍ଷୀ,
ଜାଣିଥିଲ ଭାଷା,ହିନ୍ଦୀ, ଇଂରାଜୀ
ସଂସ୍କୃତ,ଉର୍ଦ୍ଦୁ, ପାର୍ସୀ,
ସମଗ୍ର ଦେଶରେ,ପ୍ରଚାର କରିଲ
ଐକ୍ୟ -ଭାତୃତ୍ବ ର ମହାମନ୍ତ୍ର,
ତମ ନେତୃତ୍ବ ରେ ଶକ୍ତିଶାଳୀ ହେଲା
ବୃହତମ ଗଣତନ୍ତ୍ର,
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା
ସୃଷ୍ଟି କଲ ନୂଆ କୀର୍ତ୍ତି,
ଗମନାଗମନ ଉନ୍ନତି ଯୋଗୁଁ
ହେଲା ବରିଷ୍ଠ ଅର୍ଥନୀତି,
ସାର୍ବଜନୀନ, ସର୍ବଶିକ୍ଷା ଅଭିଯାନ,
ଆଣିଲା ନୂତନ କ୍ରାନ୍ତି,
ଲୋପ ହେଇଗଲା ନିରକ୍ଷରତା
ଅଶିକ୍ଷା ର ଅମାରାତ୍ରୀ,
ତମେ ଥିଲ ଅଟଳ, ଅନମନୀୟ
ବ୍ୟକ୍ତିତ୍ଵ ମହନୀୟ,
ଉତ୍ତମ ଶାସନ ତମ ଅବଦାନ
ତମେ ବନ୍ଦନୀୟ, ସ୍ମରଣୀୟ,
ତମ ସ୍ୱପ୍ନରଭାରତ ଆଜି ତ ହେଲାଣି
ମହାଶକ୍ତି ମହାଵଳୀ,
ଜନ୍ମ ଜୟନ୍ତୀରେ ଅଟଳଜୀ
ଘେନ ,ଆମର ଶ୍ରଦ୍ଧାଞ୍ଜଳି ....!!
ଭରତ ପାତ୍ର
ପାର୍କ ରୋଡ଼, କେନ୍ଦୁଝର ଗଡ
ମୋବାଇଲ: 94371 19735
******