logo

ଅନ୍ବେଷା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ସଫଳତା।

ଅନ୍ବେଷା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ସଫଳତା।

କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଛାତ୍ରାବାସ ଡି ଡି କଲେଜ ର ଛାତ୍ର ଛାତ୍ରୀଙ୍କ କ୍ରୀଡା ପ୍ରତି ଆକୃଷ୍ଟ ହୋଇ ବିଦ୍ୟାଳୟର ବାର୍ଷିକ ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। କେନ୍ଦୁଝର ସେଣ୍ଟ ଜାଭିଅର ସ୍କୁଲ ଓ ଗ୍ରୀନଫିଲ୍ଡ ସ୍କୁଲ ର ବାର୍ଷିକ ଖେଳକୁଦ ମହୋତ୍ସବ ରେ କେନ୍ଦୁଝର ଅନ୍ଵେଷା ହଷ୍ଟେଲ ର ବହୁ ସଫଳତା ପାଇଛନ୍ତି। ୧୦ମ ଛାତ୍ରୀ ଲକ୍ଷ୍ମୀ ହେମ୍ବ୍ରମ ଜାଭିଅର ସ୍କୁଲ ରେ ଚମ୍ପିୟାନ ହୋଇଅଛି । ସୁଭଦ୍ରା ନାଏକ, ତନୁସା ତନ୍ମୟୀ ମୁଣ୍ଡା, ପ୍ରିୟା ପାତ୍ର ଖୋ ଖୋ ଖେଳ ରେ ପ୍ରଥମ ପୁରସ୍କାର ଭାବରେ ଗୋଲ୍ଡ ମେଡ଼ାଲ ପାଇଛନ୍ତି। ରାନୀ ପାତ୍ର, ସୀତା ମୁର୍ମୁ, ପ୍ରୀତିସୁମନ, ଶିବାନୀ ରୌପ୍ୟ ପଦକ ହାସଲ କରିଛନ୍ତି। ରିଲେ ରେସରେ ପୁନିତା ମୁର୍ମୁ, ନନ୍ଦିନୀ ନାଏକ ସୂର୍ଣ୍ଣପଦକ ଓ ପାୟଲ ନାଏକ ରୌପ୍ୟପଦକ ଓ ନୂତନ ଜ୍ଯୋତି ମୁର୍ମୁ ବ୍ରୋଞ୍ଜ ପଦକ ହାସଲ କରି ଅନ୍ବେଷା ହଷ୍ଟେଲ କୁ ଗୌରବାନ୍ୱିତ କରିଛନ୍ତି। ଜାଭେଲିନ ଥ୍ରୋ ରେ ଅଶ୍ବୈଯ୍ଯା ସୋରେନ ସୂର୍ଣ୍ଣପଦକ, କଲ୍ଯାଣୀ ଅଧିକାରୀ, ପ୍ରଜ୍ଞା ନାଏକ, ଆଏଶା ନାଏକ ରୌପ୍ୟପଦକ ଏବଂ ନିନୁରାଣୀ ପାତ୍ର ବ୍ରୋଞ୍ଜପଦକ ହାସଲ କରିଛନ୍ତି। ସୁଚିତ୍ରା ମୁର୍ମୁ ୧୦୦ମି ଦୌଡ ସୂର୍ଣ୍ଣପଦକ ଓ ୨୦୦ ମିଟର ରେ ରୌପ୍ୟପଦକ, ୧୦୦ମି ରେ ରେବତୀ ପ୍ରଧାନ ରୌପ୍ୟପଦକ, ଯୋଶଦା ମାଝୀ ବ୍ରୋଞ୍ଜପଦକ, ୧୫୦୦ମି ରେ ନମିତାମାଝୀ ରୌପ୍ୟପଦକ ଓ ରାନୀ ପାତ୍ର ବ୍ରୋଞ୍ଜ ପାଇଛନ୍ତି। ୮୦୦ ମିଟର ଦୌଡରେ ଲଭଲି ମୁଣ୍ଡା ରୌପ୍ୟପଦକ ଓ ଜନନୀରାଣୀ ସିଂ ବ୍ରୋଞ୍ଜ ସହିତ ଗ୍ରୀନଫିଲ୍ଡସ୍କୁଲରେ ସମୁଦାୟ ୨୬ ଓ ସେଣ୍ଟ ଜାଭିଅର ସ୍କୁଲ ରେ ୧୩ ଜଣ ସମୁଦାୟ ୩୯ ଜଣ ଛାତ୍ରୀ ବିଭିନ୍ନ ଖେଳରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ କରିଛନ୍ତି। ପ୍ରକାଶ ଥାଉ କି ହଷ୍ଟେଲ ର ବହୁ ଛାତ୍ର ଛାତ୍ରୀ ବିଭିନ୍ନ ଖେଳ ରେ ସକ୍ରିୟ ଅଂଶଗ୍ରହଣ କରି ଜିଲ୍ଲା ଓ ରାଜ୍ଯ ବାହାର ଉନ୍ନତ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟ ଓ ହଷ୍ଟେଲ ର ସୁନାମ ଅର୍ଜନ କରିଛନ୍ତି। ଏଥିନେଇ ହଷ୍ଟେଲ ପରିଚାଳକ ସନ୍ତୋଷ କୁମାର ସାହୁ ଓ ସହ ପରିଚାଳକ ବିକାଶ ଶତପଥୀ, ଓ୍ବାଡେନ ଋକ୍ମଣୀମହାନ୍ତ, ଅଞଳୀ ମହାନ୍ତ ମେଟ୍ରୋନ, ସିସିଏ ଓ ଅଭିଭାବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ମନୋଜ ମହାନ୍ତ (ପଟେଲ) ଙ୍କ ରିପୋର୍ଟ।

16
775 views