logo

ପାଟଣା ସରସ୍ୱତୀ ଶିଶୁ ମନ୍ଦିର ର ୨୯ ତମ ବାର୍ଷିକ ସମାରୋହ।

ପାଟଣା ସରସ୍ୱତୀ ଶିଶୁ ମନ୍ଦିର ର ୨୯ ତମ ବାର୍ଷିକ ସମାରୋହ।

ପାଟଣା-୨୩/୧୨, ପାଟଣା ମୁଖ୍ୟାଳୟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବୈତରଣୀ ବିହାରର ୨୯ତମ ବାର୍ଷିକ ଉତ୍ସବ ଖୁବ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ବ୍ରଜେନ୍ଦ୍ର କୁମାର ପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାଏକ ଓ ମୂଖ୍ୟ ବକ୍ତା ଭାବେ କୁନି ପ୍ରବଚକ ବାଲବ୍ରହ୍ମଚାରୀ ଶ୍ରୀମାନ କେଶବ ଦାସ ଦ୍ଵିତୀକୃଷ୍ଣ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ସମ୍ପାଦକ ଦୟାନିଧି ମହାନ୍ତ, ପ୍ରଧାନ ଆଚାର୍ଯ୍ୟ ଗଣେଶ୍ଵର କର, ଶିଶୁ ଭାରତୀ ସଭାପତି ସୁଶ୍ରୀ ଇପସିତା ପତି ପ୍ରମୁଖ ମଞ୍ଚାସିନ ଥିଲେ। ଛାତ୍ରଛାତ୍ରୀ ମାନେ ସମାଜରେ ଭଲ ମଣିଷ ହେବା ପାଇଁ ଗୁରୁଜନ ମାନଙ୍କୁ ସଂମ୍ମାନ ଜଣାଇବା ସହିତ ଆଶୀର୍ବାଦ ନେବା ଆବଶ୍ୟକ।କେବଳ ଶିକ୍ଷିତ ହେଲେ ଭଲ ମଣିଷ ରେ ଗଣା ଯାଇ ପାରିବ ନାହିଁ ବୋଲି କହିଥିଲେ। ସମାଜରେ ସଂମ୍ମାନ ପାଇବା ପାଇଁ ବିନମ୍ର ହେବା ଆବଶ୍ୟକ ବୋଲି ମୁଖ୍ୟ ବକ୍ତା କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ବାଦକ ଦୟାନିଧି ମହାନ୍ତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିଶୁ ଭାରତୀ ସଭାପତି ସୁଶ୍ରୀ ଇପସିତା ପତି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ମୋଟ ୩୬ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପୂର୍ବତନ ପରିଚାଳନା ସମିତିର ସଭାପତି ଅରବିନ୍ଦ ଦାଶ, ପୂର୍ବ ଛାତ୍ରୀ ଡାକ୍ତର ଯାଜ୍ଞସେନୀ ମହାନ୍ତ, ବରିଷ୍ଠ ସାମ୍ବାଦିକ ବୀରକିଶୋର ଦାଶ, କିଶୋର ଚନ୍ଦ୍ର ମହାନ୍ତ ଏବଂ ଆଚାର୍ଯ୍ୟା ଶୋଭାଶ୍ରୀ ଷଡ଼ଙ୍ଗୀଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱତନ୍ତ୍ର ଭାବେ 2025 ମସିହା ହାଇସ୍କୁଲ ପରୀକ୍ଷାରେ ସର୍ବୋଚ୍ଚ ୯୨% ନମ୍ବର ରଖିଥିବା ଛାତ୍ରୀ ଅନନ୍ୟା ଅପରାଜିତା ଦାଶ ଙ୍କୁ ମୁଖ୍ୟ ଅତିଥି ସଂମ୍ମାନୀତ କରିଥିଲେ। ସଭା ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଗୁରୁଜୀ ଯୁଧିଷ୍ଠିର ମହାନ୍ତ, ରେବତୀ ତ୍ରିପାଠୀ, ହିରାଲାଲ ମହାନ୍ତ, ସବିତା ମହାନ୍ତ (କ), ସବିତା ମହାନ୍ତ (ଖ), ତ୍ରିବେଣୀ ମହାନ୍ତ, ଦୀପ୍ତିମୟୀ ବାରିକ, ରଂଜିତା ବାରିକ,  ଅର୍ଚ୍ଚନା ସାମନ୍ତରାୟ, ନମିତା ମହାନ୍ତ, ସଂଜୟ କୁମାର ଗିରି, ବେଣୁଧର ମହାନ୍ତ, ଗଜେନ୍ଦ୍ର ମହାନ୍ତ, ପ୍ରମୋଦ ମହାନ୍ତ, ଅରବିନ୍ଦ ନାୟକ, ହଳଧର ମହାନ୍ତ, ଦମୟନ୍ତୀ ମହାନ୍ତ, ଭାରତୀ ମହାନ୍ତ, ଶମ୍ବୁନାଥ ସେଠୀ,  ବନସ୍ମିତା ମହାନ୍ତ, କ୍ଷମାକର ସେଠୀ, କେଶବ କୁମାର ମହାନ୍ତ, ରୁଦ୍ରଦେବ ମହାନ୍ତ, ସନ୍ତୋଷ କୁମାର ବେହେରା, ନବକିଶୋର ମହାନ୍ତ, ରଜନୀ ମହାନ୍ତ, ଯଶୋଦା ମହାନ୍ତ, ସଂଘମିତ୍ରା ଦାସ, ଶିବସୁନ୍ଦର ନାୟକ , ହିମାଂଶୁ କୁମାର ନାୟକ  ଇତ୍ୟାଦି  ଉତ୍ସବ ସୁଚାରୁ ରୂପେ ପରିଚାଳନା କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

14
811 views