logo

ଧାନ ମଣ୍ଡି ଖୋଲିବା ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ର ଧାରଣା।

ଧାନ ମଣ୍ଡି ଖୋଲିବା ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ର ଧାରଣା।

ପାଟଣା-୨୩/୧୨, ପାଟଣା ବ୍ଲକ ଅଞ୍ଚଳରେ ଧାନ ମଣ୍ଡି ଖୋଲିବା ଓ ପ୍ରସ୍ତାବିତ ଜିନ୍ଦଲ ପୋସ୍କୋ ଅଞ୍ଚଳ ର ଚାଷୀ ଙ୍କୁ ନ୍ୟାୟ ଦେବା ପାଇଁ ନବନିର୍ମାଣ କୃଷକ ସଙ୍ଗଠନ ପାଟଣା ଶାଖା ପକ୍ଷରୁ ଆଜି ତହସିଲ ସମ୍ମୁଖରେ ଧାରଣା ଦିଆଯାଇଛି। ଗତ 15 ତାରିଖ ଦିନ ଜିଲ୍ଲାପାଳ ଙ୍କୁ ତହସିଲଦାର ଙ୍କ ଜରିଆରେ ଦାବିପତ୍ର ଦିଆ ଯାଇ ସପ୍ତାହକ ମଧ୍ୟରେ ଧାନମଣ୍ଡି ଖୋଲିବା ସହ କଟନି ଛଟନି ବନ୍ଦ କରିବା, ଅଖାବସ୍ତା ର ମୂଲ୍ୟ ପ୍ରଦାନ କରିବା, ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ସଂପୃକ୍ତ ଅଞ୍ଚଳରେ ଜନସାଧାରଣ ଙ୍କ ମତାମତ ନିଆଯିବା ଆଦି ଦାବି କରା ଯାଇ ଥିଲା। ତେବେ ଦାବିପତ୍ର ପ୍ରଦାନ ର ସପ୍ତାହ ମଧ୍ୟରେ ମଣ୍ଡି ନଖୋଲିବାରୁ ବ୍ଲକ ସଭାପତି ରାଜ ବଲ୍ଲଭ ମିଶ୍ର ଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଖଗେଶ୍ବର ମହାନ୍ତ, ରମାକାନ୍ତ ମହାନ୍ତ, ସନାତନ ମହାନ୍ତ ପ୍ରମୁଖ ସହିତ ଅନ୍ୟମାନେ ଆଜିଠାରୁ ପାଟଣା ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

11
702 views