logo

କଳିଙ୍ଗ ସମ୍ରାଟ ଖାରବେଳ - ଇତିହାସ ପୃଷ୍ଠାରୁ ଓଡିଶା କଥା।

*ଇତିହାସ ପୃଷ୍ଠାରୁ ଓଡିଶା କଥା*
*କଳିଙ୍ଗ ସମ୍ରାଟ ଖାରବେଳ*


କଳିଙ୍ଗ ସମ୍ରାଟ ଖାରବେଳ ଙ୍କୁ ଵା ନ ଜାଣେ କିଏ ? ବାହୁରେ ଥିଲା ଶତ ସିଂହର ବଳ I
ମନରେ ଭାରି ରହିଥିଲା ଜୟ ଲାଭର ଦୁର୍ବାର କାମନା I କଳିଙ୍ଗର ରାଜ ଦରବାର ଚାଲିଥିଲା I ମଗ ଧ ର ଆକ୍ରମଣ କଥା ପ୍ରସଙ୍ଗରେ ଉଠିଥିଲା I ଜଣେ ଜଣେ ନିଜ ନିଜର ଅଙ୍ଗେ ଲିଭା ଦୃଶ୍ୟ ର କାରୁଣ୍ୟକ ଭରା ବକ୍ତବ୍ୟ ପ୍ରକାଶ କରୁଥାନ୍ତି I ଆଖିରୁ ବୋହିଯାଉଥାଏ ହରାଇଥିବାର ବିଳାପର ଲୋତକ I କିଛି ସମୟ ପାଇଁ ଭୁତ ଗୌରବର ଗାଥା ମନେ ପଡି ଗଲା ସଭିଙ୍କ ମାନସ ପଟରେ I ସ୍ତମ୍ଭିଭୂତ ହୋଇଗଲା ସଭା I ଠିକ ଏତିକି ବେଳେ ଏକ ଯୁବକ ଉଠିପଡ଼ି କହିଲେ ଆପଣ ମାନଙ୍କ ମୁହଁରୁ ସବୁ କଥା ଶୁଣିଲା ପରେ ମୋ ମନରେ ପ୍ରତିହିଂସାର ବାଣୀ ପ୍ରତିଧ୍ୱନିତ୍ୱ ହେଉଅଛି I ମୋତେ ଆଶୀର୍ବାଦ ଦିଅନ୍ତୁ I ମୋତେ ସହଯୋଗ କରନ୍ତୁ ମୁଁ ନିଶ୍ଚିତ ଭାବରେ ମଗଧ ଉପରେ ପ୍ରତିଶୋଧ ନେବି I କଲ୍ୟାଣ କରନ୍ତୁ ମୁଁ ନିଶ୍ଚିତ ଭାବରେ ମଗଧ କୁ ପରାସ୍ତ କରିବି I ସେ ଥିଲେ ଚେଦି ବଂଶ ର ସାମନ୍ତ ପୁତ୍ର *ଖାରବେଳ* I ନାମଟି ଯେମିତି ବୁଦ୍ଧି ବିଦ୍ୟାରେ ମଧ୍ୟ ଠିକ ସେମିତି I ବିଚକ୍ଷଣ ପ୍ରତିଭା ବାନ ଯୁବକ I ଯୁବକର ସାହସ ଦେଖି ସଭାସଦ ମାନେ ଖୁସି ଅନୁଭବ କଲେ I ମରୁଭୂମିରେ ଜଳର ସନ୍ଧାନ ପାଇଲେ I ଖାରବେଳଙ୍କ ଜୟ ଧ୍ୱନିରେ ସଭା ପ୍ରକମ୍ପିତ ହେଲା I କଳିଙ୍ଗ ଆକାଶରେ ଉଦୀୟମାନ ହେଲା ଏକ ନବୀନ ସୂର୍ଯ୍ୟ I ଆଉ ସେହି ନବୀନ କିରଣରେ ଝାସ ଦେଲେ ଅଗଣିତ ଯୁବ ସମାଜ I ଗଜାରୋହୀ, ଅଶ୍ଵାରୋହୀ , ପ୍ରଭୃତି I ସେବର୍ଷର ଅଭିଯାନରେ ଜୟ କଲେ ଆନ୍ଧ୍ର, ସାତବହାନ, ମୁଷିକ, ଏବଂ ସାତକର୍ଣ୍ଣି I ତା ପରବର୍ଷ ପୁଣି
ରାଷ୍ଟ୍ରୀକ, ଭୋଜିକୁ ମାନଙ୍କୁ ପରାସ୍ତ କରି ଉଡ଼ାଇଲେ ବିଜୟ କେତନ I ଏକ ରାଜସୁୟ ଯଜ୍ଞ କଲେ I ସମସ୍ତ ବିଜିତ ରାଜ୍ୟରୁ ଆସି ଯୋଗ ଦେଲେ, ବଶ୍ୟତା ସ୍ୱୀକାର କଲେ I ତାପରେ ମଗଧ ଆକ୍ରମଣ କଲେ I ମଗଧ କୁ ପରାସ୍ତ କରି ଫେରି ଆସିଲେ ପୁଣି କଳିଙ୍ଗର ସୁ ପ୍ରସିଦ୍ଧ ଜିନ ମୂର୍ତ୍ତି କୁ ଫେରାଇ ଆଣିଥିଲେ I
ଏ ଥିଲା ଆମ ଓଡ଼ିଶାର ଗର୍ବ ଆଉ ଗୌରବ ମୟ ଇତିହାସର କଥା I
---------------------

ସୁଭଦ୍ରା ମହାନ୍ତ
କେନ୍ଦୁଝର
ମୋବାଇଲ: 88959 74011

29
840 views