logo

ଆନନ୍ଦେଶ୍ଵର ଶିବ ମନ୍ଦିରରୁ ଚୋରି।

ଆନନ୍ଦେଶ୍ଵର ଶିବ ମନ୍ଦିରରୁ ଚୋରି।

ପାଟଣା:୨୨/୧୨, କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ରେ ଥିବା ଆନନ୍ଦେଶ୍ଵର ଶିବ ମନ୍ଦିର ପରିସର ରେ ଥିବା ହନୁମାନ ମନ୍ଦିର ଏବଂ ରାମ ମନ୍ଦିର ଭିତରେ ପଶି ଚୋର ମାନେ କବାଟ ଭାଙ୍ଗି ଲୁଟି ନେଇଛନ୍ତି । ଚୋର ମାନେ ମନ୍ଦିର ରେ ଥିବା ଦାନ ବାକ୍ସ ହୁଣ୍ଡି କୁ ଭାଙ୍ଗି ହୁଣ୍ଡି ଭିତରେ ଥିବା ଖୁଚୁରା ପଇସା କୁ ଛାଡ଼ି କେବଳ ନୋଟ୍ ଟଙ୍କା କୁ ନେଇ ଦୁର୍ବୃତ୍ତ ମାନେ ସେଠାରୁ ଚମ୍ପଟ ମାରିଛନ୍ତି । ଆଜି ସକାଳୁ ମନ୍ଦିର ର ପୂଜକ ପୂଜା କରିବା ପାଇଁ ଆସିଥିବା ବେଳେ ହୁଣ୍ଡିବାକ୍ସ ବାହାରେ ପଡ଼ିଥିବା ଦେଖିବାକୁ ପାଇ ଥିଲେ। ପୂଜକ ସଙ୍ଗେ ସଙ୍ଗେ ପାଟଣା ଥାନା କୁ ଯାଇ ଚୋରି ହୋଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

19
764 views