logo

ନିଖିଳ ଉତ୍କଳ ପାତ୍ର ତନ୍ତୀ କଲ୍ୟାଣ ପକ୍ଷରୁ ଗରିବଙ୍କୁ କମଳ ବଣ୍ଟନ।

ନିଖିଳ ଉତ୍କଳ ପାତ୍ର ତନ୍ତୀ କଲ୍ୟାଣ ପକ୍ଷରୁ ଗରିବଙ୍କୁ କମଳ ବଣ୍ଟନ।

ପାଟଣା- କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ଚାରୋଟି ପଞ୍ଚାୟତରେ ନିଖିଳ ଉତ୍କଳ ପାତ୍ର ତନ୍ତୀ କଲ୍ୟାଣ ପକ୍ଷରୁ ସାହାରପଡା ବ୍ଲକର ଡାଳପକା ପଞ୍ଚାୟତ ଦାମାହୁଦା ପଞ୍ଚାୟତ ମଲ୍ଲାରପଦା ପଞ୍ଚାୟତ ବାଇକଳା ପଞ୍ଚାୟତ ବୁଲିବୁଲି ୫୦ ଜଣ ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର କମଳ ବଣ୍ଟନ କରାଯାଇଥିଲା। ଆମ ଜାତିର ଶ୍ରୀ ଜଗ ମୋହନ ଦାସ କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାର ସଂଯୋଜକ ଶ୍ରୀ ଜଗମୋହନ ଦାସ ଙ୍କ ଆନୁକୁଲ୍ୟରେ ଏହି କମଳ ବଣ୍ଟନ ପାଇଁ ଆୟୋଜନ କରାଯାଇ ଏକ ସଭା କରାଯାଇଥିଲା।ଏହି ସଭାରେ ସଭାପତି ଶ୍ରୀ କୀର୍ତ୍ତନ ପାତ୍ର, ସମ୍ପାଦକ ଶ୍ରୀ କୈଳାସ କେଶରୀ, ସଂଗଠନ ସମ୍ପାଦକ ଶ୍ରୀ ଜିତେନ୍ଦ୍ର ପାତ୍ର, ଉପଦେଷ୍ଟା ଶ୍ରୀ ଶାମ ସୁନ୍ଦର କେଶରୀ,ଵାଇକଳା ଗାଁର ଶ୍ରୀ ଶାମ ପାତ୍ର, ଶ୍ରୀ ସୁକଦେବ ପାତ୍ର, ଶ୍ରୀ ପୂର୍ନ ଚନ୍ଦ୍ର ପାତ୍ର ଏବଂ ବିଭିନ୍ନ ଗ୍ରାମରୁ ଆସିଥିବା ପୁରୁଷ ମହିଳା ମାନେ ଆସି ଯୋଗ ଦେବାସହ ଆଲୋଚନା ଚକ୍ରରେ ଜାତିର ଶିକ୍ଷା ସ୍ବାସ୍ଥ୍ୟ ଜାତିର କୁସଂସ୍କାର ଏକତ୍ର ହୋଇ ଆନ୍ଦୋଳନ କରିବାକୁ ଆଗେଇ ଆସିବା,ଆମ କୁଉଳିକ ବୃତ୍ତିକୁ ଆରମ୍ଭ କରିଵା ଆଦି କୁହାଯାଇଥିଲା ଏହି ସଭାରେ ପାଖାପାଖି ୧୦୦ ଜଣ ପୁରୁଷ ମହିଳା ଯୋଗଦାନ କରି ଥିଲେ ଶେଷରେ ସଭାପତି ସଭା ସମାପନ କରାଯାଇଥିଲା।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

2
955 views