logo

ସତ୍ୟନାରାୟଣ ବିଦ୍ୟାପୀଠ ୧୯୯୧ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ।

ସତ୍ୟନାରାୟଣ ବିଦ୍ୟାପୀଠ ୧୯୯୧ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ।

କେନ୍ଦୁଝର, ତା୨୨/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ୧୯୯୧ ବ୍ୟାଚ ଛାତ୍ର ମାନଙ୍କ ବନ୍ଧୁମିଳନ କାର୍ଯ୍ଯକ୍ରମ ସ୍ଥାନୀୟ ଚିକିଣିଆ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ କାର୍ଯ୍ଯକ୍ରମରେ ଅନ୍ୟୁନ ୩୫ରୁ ଅଧିକ ପୁରାତନ ଛାତ୍ର ଯୋଗଦାନ କରିଥିଲେ। ପ୍ରଥମେ ବନ୍ଧୁମିଳନ କାର୍ଯ୍ଯକ୍ରମରେ ଦିବଙ୍ଗତ ବନ୍ଧୁ ମାନଙ୍କର ଅମର ଆତ୍ମାର ଶାନ୍ତିପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ବନ୍ଧୁମିଳନ କାର୍ଯ୍ଯକ୍ରମରେ ଛୋଟିଆ ଆସରଟିଏ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ଆମେରିକାରେ ରହୁଥିବା ବନ୍ଧୁ କାଶୀନାଥ ରାଉତ୍। ଉକ୍ତ ବନ୍ଧୁମିଳନ କାର୍ଯକ୍ରମକୁ ପରିଚାଳନା କରିଥିଲେ ସଞ୍ଜୟ କୁମାର ସାହୁ।ସହଯୋଗ କରିଥିଲେ ଲଲାଟେନ୍ଦୁ ସାହୁ, କୃପାସିନ୍ଧୁ ଦଲେଇ, ଶିବାନନ୍ଦ ସାହୁ, ମୋହିନୀ ବାରିକ, ବସନ୍ତ ବେହେରା, ଅଶେଷ କୁମାର ସାହୁ, ରୁଦ୍ର ନାରାୟଣ ମହାନ୍ତ, ସୁସାନ୍ତ ନାୟକ, ମନ୍ମଥ ବେହେରା, ବାବୁଲା ବେହେରା, ଅଭିମନ୍ୟୁ ବେହେରା, ଚକ୍ରଧର ପାତ୍ରଙ୍କ ସମେତ ଅନ୍ୟାନ୍ୟ ବନ୍ଧୁମାନେ। କିପରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଓ ସମାଜରେ ଭଲକାମ କରି ସଭିଙ୍କ ଓଠରେ ଖୁସିବାଣ୍ଟିବା ସେ ଉପରେ ଆଲୋଚନା ହୋଇଥିଲା। ପରେ ଏକ ନୈଶ ଭୋଜିର ଆୟୋଜନ କରାଯାଇଥିଲା। ଶେଷରେ ଜଗତର ମଙ୍ଗଳ କାମନା କରାଯାଇଥିଲା।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

14
788 views