logo

ମା' ଖିଲାରିପାଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ମା' ଖିଲାରିପାଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ପାଟଣା:- ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଖେଳ ପଡ଼ିଆ ଠାରେ ମା ଖିଲାରୀପାଟ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ 16 ଟି ପ୍ରତିଷ୍ଠିତ କ୍ରିକେଟଦଳ ଅଂଶଗ୍ରହଣ କରିଥିଲେ।ଆଜି ଉଦଜାପନି ଫାଇନାଲ ଖେଳରେ ତୁରୁମୁଙ୍ଗା କ୍ରିକେଟ ଏକାଦଶ ସହିତ ଗୁଣ୍ଡୁରିପଶି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତୁରୁମୁଙ୍ଗା ଟିମ ଚାମ୍ପିୟାନ ହୋଇଥିବା ବେଳେ ଗୁଣ୍ଡୁରିପଶି ଟିମ ରନର୍ସଅପ ହୋଇଥିଲେ। ଟୁର୍ଣ୍ଣାମେଣ୍ଟର ଉଦଜାପନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ,ଦିଲ୍ଲୀପ କୁମାର ନାଏକ ଓ ଭାଗବତ ନାଏକ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଅତିଥି ମାନେ ବିଜେତା ଚାମ୍ପିୟାନ ଓ ରାନର୍ସ ଅପ ଦଳକୁ ପୁରସ୍କାର ସହିତ ନଗଦ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଅମ୍ପ୍ୟାୟାର ଭାବେ ସୁଶାନ୍ତ ସିଂ, ପବନ ନାଏକ, ବୈଷ୍ଣବ ସେଠୀ, ତପନ ପାତ୍ର ଓ ସୁଶାନ୍ତ ପାତ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଖେଳରେ ହେମନ୍ତ ଭଞ୍ଜ ଓ ମୁନା ପାତ୍ର ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ମା ଖିଲାରିପାଟ କ୍ରିକେଟ କ୍ଳବ୍ ର ସଭାପତି ଓ ସମ୍ପାଦକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ କ୍ଳବର ସଦସ୍ୟ ସୁଧୀର ପାତ୍ର,ମାନସ ସେଠୀ, ସୁଶାନ୍ତ ସିଂ, ମୁନା ସେଠୀ, ମିଟୁ ସେଠୀ, ରକି ସେଠୀ, ଜିତେନ୍ଦ୍ର ପାତ୍ର, କୁବେର ସେଠୀ, ମୁନା ପାତ୍ର, ମଣ୍ଟୁ ସେଠୀ, ନଳ ମୋହନ ମୁଣ୍ଡା ଓ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

10
781 views