logo

ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (NSD)ଏବଂ ସ୍ପିରିଟଜା ଆନୁକୂଲ୍ୟରେ କେନ୍ଦୁଝର ରେ ଉଦଘାଟିତ ହେଲା ଆକ୍ଟିଙ୍ଗ ୱାର୍କଶୋପ୍।

ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (NSD)ଏବଂ ସ୍ପିରିଟଜା ଆନୁକୂଲ୍ୟରେ କେନ୍ଦୁଝର ରେ ଉଦଘାଟିତ ହେଲା ଆକ୍ଟିଙ୍ଗ ୱାର୍କଶୋପ୍।

ଏହି ଉଦ୍ଘାଟନୀ ଉତ୍ସବ ରେ ନେସନାଲ ସ୍କୁଲ ଅଫ ଡ୍ରାମା ର କୁଳ ସଚିବ ପ୍ରଦୀପ କୁମାର ମହାନ୍ତି ,additional sp jyotirmaya Bhukta ଅତିଥି ରୂପେ ଯୋଗ ଦେଇଥିଲେ ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦୁଝର ଜିଲ୍ଲାର ୩୦ ଜଣ କଳାକାରଙ୍କୁ ଏଠାରେ ସୁନାମଧନ୍ୟ NSD trainer ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦେବା ପରେ ସମାରୋପ କାର୍ଯ୍ୟକ୍ରମ ଦିନ ଏକ ସୁନ୍ଦର ନାଟକ ପରିବେଷଣ କରାଯିବ ବୋଲି ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ର କୂଳସଚିବ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଏଇ ଗୋଟେ ମାସ workshop ର ଆକ୍ଟିଂ ଶିକ୍ଷା ପିଲାମାନଙ୍କୁ ଜୀବନ ଶୈଳୀ ରେ ଅନେକ ପରିବର୍ତନ ଆଣିବ। ଯାହାକି ତାଙ୍କୁ ସବୁ କ୍ଷେତ୍ର ରେ ସାହାଯ୍ୟ କରିବ ।

କେନ୍ଦୁଝର ରେ ଥିଏଟର ଏକ୍ଟିଙ୍ଗ କୁ ପ୍ରଚାର ପ୍ରସାର କରିବା ଏବଂ କେନ୍ଦୁଝର ର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଉନ୍ନତ ମାନ ର ଶିକ୍ଷା ମିଳୁ ଏହା ହି ସ୍ପିରିଟଜା ଏକାଡେମୀ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହି ଏକାଡେମୀ ର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଗତିକା ମହାନ୍ତି କହିଛନ୍ତି। ଏହି ପ୍ରୋଗ୍ରାମ କୁ ସଫଳ କରାଇବା ରେ ଆର୍ଯ୍ୟାନ୍ ରାୟ, ବଳଭଦ୍ର ପାଢ଼ୀ, ଚିତ୍ତରଞ୍ଜନ ବେହେରା ଏବଂ ଶୁଭେନ୍ଦୁ ଚକ୍ର ସହଯୋଗ କରିଥିଲେ ।

ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

9
519 views