logo

ସବୁଜିମା କର ପରିବେଶକୁ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।


ସବୁଜିମା କର ପରିବେଶକୁ
*******************

ସବୁଜିମା କର ପରିବେଶକୁ
ଲଗାଇ ଲତା ,ଗଛ
ଫଳିବ ଫଳ ଫୁଟିବ ଫୁଲ
ମନହୋଇଵ ସ୍ଵଚ୍ଛ।
ବୃକ୍ଷ ସୁରକ୍ଷା ଆମ କର୍ତ୍ତବ୍ୟ
ନଭୁଲୁ ଏହି ମନ
ବୃକ୍ଷ ପାଇଁ ବଞ୍ଚି ରହିଛେ
ପାଇ ଅମଳଜାନ।
ମାଟି ଜାବୁଡ଼ି ରଖଇ ଗଛ
ବରଷା ପଡ଼େ ଝରି
ନଦୀ ଝରଣା ବହି ଚାଲଇ
ପାହାଡ଼ ବୁକୁ ଚିରି।
ଆମେ ରହିଛେ ଆମରି ଘରେ
ପଶୁ ଜଙ୍ଗଲେ ରହେ
ପକ୍ଷୀ ମାନେତ ବସା ତିଆରି
ରୁହନ୍ତି ଗଛ ଡାଳେ।
ଗଛରୁ ଆମେ ପାଉ ପତର
ଜାଳେଣି ପାଇଁ କାଠ
ବୃକ୍ଷ ରୋପଣ କରିବାପାଇଁ
କରନ୍ତୁ ନାହି ମଠ।
ଆମ ଜଙ୍ଗଲ ଆଜି ଶ୍ରୀହୀନ
ପଶୁଏ ହନ୍ତ ସନ୍ତ,
କାଠ ମାଫିଆ ଚୋରାଚାଲାଣ
ପାଆନ୍ତି ଜୀବ କଷ୍ଟ।
ହାତୀ,ଭାଲୁ ଆସନ୍ତି ବସ୍ତି
ହରାଇ ତାଙ୍କ ବାସ
ଘରକବାଟ ଭାଙ୍ଗି ପକାନ୍ତି
ନଷ୍ଟ କରନ୍ତି ଚାଷ।
ଆସ ସଭିଏଁ ସଂକଳ୍ପ ନେବା
ଭାଇଭଉଣୀ ମିଶି
ଚାରା ରୋପଣ କରିବା ଆମେ
ମନରେ ହୋଇ ଖୁସି।
ଗଛ ବଞ୍ଚିଲେ ଆମେ ବଞ୍ଚିବା
ପଶୁପକ୍ଷୀ ବଞ୍ଚିବେ
ନଦୀ ନାଳ ଜଳେ ପୁରିଵ
ଜଳଜୀବ ଖେଳିବେ।
ଶେଷରେ ମୋର ଏତିକି ଅଳି
ଗଛ ମା ଠାରୁ ବଳି
ତାର ସୁରକ୍ଷା ଦେବାକୁ ଆମେ
ହୋଇବା ଆସ ମେଳି।
ଗଛ କାଠରୁ ତିନିଠାକୁର
ଶିରୀ କ୍ଷେତ୍ରରେ ରହି
ଜଗା ବଳିଆ ସୁଭଦ୍ରା ରୂପେ
ପୂଜା ପାଆନ୍ତି ତହିଁ 🙏
ଭକତି ଭରେ ଆସ ସଭିଏଁ
ପୂଜି ଜଗା କାଳିଆ
ହଳଦୀ ମୁହିଁ ଭଉଣୀ ସାଥେ
ଭାଇ ପୁଣି ବଳିଆ 🙏
ପରିବେଶକୁ ସବୁଜମୟ
ସୁନ୍ଦର କରିବାକୁ
କାଳିଆ ଠାରୁ ଆଶୀଷ ନେବା
ପୂଜି ପଦ୍ମ ପାଦକୁ 🙏

ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର
କେନ୍ଦୁଝର
ମୋବାଇଲ: 87631 58585

10
694 views