
ଭଣ୍ଡା କେ. ବି ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।
ଭଣ୍ଡା କେ. ବି ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।
ଚମ୍ପୁଆ -19/12,ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା କେ. ବି ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ର ବହୁମୁଖୀ ସଭାକକ୍ଷରେ ପ୍ରଧାନଶିକ୍ଷକ ମହେଶ ଚନ୍ଦ୍ର ମୁଣ୍ଡା ଙ୍କ ସଭାପତିତ୍ୱରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ରାଧାକାନ୍ତ ମହାନ୍ତ, ମୁଖ୍ୟବକ୍ତା ଭାବେ କବି, ପ୍ରବଚକ ତଥା ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି, ଲେଖକ, ସଂଗଠକ ଡମ୍ବରୁ ମହାନ୍ତ, ବିଦ୍ୟାଳୟ ପଞ୍ଚଶଖା ଶିକ୍ଷା ସେତୁ, ସଭାପତି ପରମାନନ୍ଦ ମହାନ୍ତ ପ୍ରମୁଖ ଯୋଗ ଦେଇ "ଛାତ୍ର ଛାତ୍ରୀମାନେ ଶୃଙ୍ଖଳା ବିନା ଆଗକୁ ଯାଇ ପାରିବେ ନାହିଁ, ତେଣୁ ସମୟାନୁବର୍ତ୍ତିତା ହୋଇ ଜ୍ଞାନ ଆହରଣ କରି ବ୍ୟକ୍ତିତ୍ୱ ଓ ଚରିତ୍ର ନିର୍ମାଣ ରେ ଧ୍ୟାନ ଦେଇ ଭଲ ମଣିଷ ହେବାକୁ ଦିଗଦର୍ଶନ ଦେଇଥିଲେ l ଛାତ୍ର ଶକ୍ତି ହେଉଛି ରାଷ୍ଟ୍ର ଶକ୍ତି l ବାର୍ଷିକ ଉତ୍ସବ ହେଉଛି ପ୍ରେରଣା ର ଉତ୍ସବ ବୋଲି ଅବିହିତ କରିଥିଲେ l ପ୍ରଥମେ ଅତିଥିମାନେ କେନ୍ଦୁଝର ର ରାଷ୍ଟ୍ରଦେବୀ ମା 'ତାରିଣୀ ଙ୍କ ଫଟୋ ଚିତ୍ରରେ ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ଦଶରଥ ମହାନ୍ତ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ ପୁର୍ଣିମା ସାହୁ ଅତିଥି ପ୍ରଦାନ କରିଥିଲେ ଓ ହିନ୍ଦୀ ଶିକ୍ଷୟିତ୍ରୀ ଗୀତାରାଣୀ ମହାନ୍ତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ଅତିଥିମାନେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର, ସାଟିପିକେଟ, ଟ୍ରଫି ପ୍ରଦାନ କରି ଉତ୍ସlହିତ
କରିଥିଲେ l ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୀମାରାଣୀ ନାୟକ,ସୋନାଲି ମୁଣ୍ଡା, ଶିକ୍ଷକ ରାଜେନ୍ଦ୍ର ନାଏକ, ହେମନ୍ତ ମହାନ୍ତ, ବୈଲୋଚନ ମହାନ୍ତ, ନିମାଇଁ ନାଏକ, ଭୁବନାନନ୍ଦ ମହାନ୍ତ, କର୍ମଚାରୀ ବିମଳ ମହାନ୍ତ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l
ଡମ୍ବରୁଧର ମହାନ୍ତଙ୍କ ରିପୋର୍ଟ।