logo

ହରିଚନ୍ଦନପୁର ହାଇସ୍କୁଲ ୧୯୮୧ ବ୍ଯାଚ୍ ର ବନ୍ଧୁ ମିଳନ।

ହରିଚନ୍ଦନପୁର ହାଇସ୍କୁଲ ୧୯୮୧ ବ୍ଯାଚ୍ ର ବନ୍ଧୁ ମିଳନ।

(ବିଭିନ୍ନ ଉତ୍ସବ ମାନଙ୍କରେ ଫୁଲ ତୋଡା ପରିବର୍ତ୍ତେ ପୁସ୍ତକ ଉପହାର ଦେବାକୁ ଶପଥ ପାଠ)

ଘଟଗାଁ,୧୮ /୧୨:- ଘଟଗାଁ ବ୍ଲକ୍ ଅନ୍ତର୍ଗତ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ ଆକର୍ଷଣୀୟ ଗୁଣ୍ଡିଚା ଘାଗି ପରିସରରେ ହରିଚନ୍ଦନପୁର ହାଇସ୍କୁଲର ୧୯୮୧ ବ୍ୟାଚ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ହାଇସ୍କୁଲ ର ପୁରାତନ ଛାତ୍ର ସତ୍ୟାନନ୍ଦ ସାହୁ, ବିଦ୍ୟାଧର ପୃଷ୍ଟି,ପ୍ରଣବ ମହାନ୍ତି, କୈଳାସ ଚନ୍ଦ୍ର ନାୟକ,ନିର୍ମଳ ଚନ୍ଦ୍ର ନାଏକଙ୍କ ଆବାହକତ୍ୱ ଓ ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇଥିବା ବନ୍ଧୁମିଳନ ସଭାରେ କବି ତଥା ଶିକ୍ଷକ ବାବୁଲାଲ ପଲେଇ ସଭାପତିତ୍ବ କରିଥିଲେ। ଜୀବନର ଅବଶିଷ୍ଟ ଅବସର ସମୟକୁ ସୁବିନିଯୋଗ କରିବା ପାଇଁ ପାକଶାଳା ବଗିଚା, ନିଜ ନିଜ ବାଡି ବଗିଚାରେ ଚାରା ରୋପଣ କରିବା ଓ ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟ ପେୟକୁ ନିୟନ୍ତ୍ରଣ କରିବା, ପ୍ରାତଃ ଭ୍ରମଣ, କିଛି ସମୟ ଯୋଗ କରିବା, ମନକୁ ସବୁବେଳେ ହାଲୁକା ରଖିବା, ବିଭିନ୍ନ ପୁରାଣ ଶାସ୍ତ୍ର ଅଧ୍ୟୟନ କରିବା, ସର୍ବୋପରି ଦୈନନ୍ଦିନ ଜୀବନ ଚର୍ଯ୍ଯାକୁ ହସଖୁସିରେ କାଟିବା ସହିତ ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ନିମନ୍ତେ ସଭାପତି ଶ୍ରୀ ପଲେଇ ନିବେଦନ କରିଥିଲେ । ତତ୍ ସହିତ ପାଳନ କରୁଥିବା ବିଭିନ୍ନ ପାରିବାରିକ ଉତ୍ସବ ମାନଙ୍କରେ ଫୁଲ ବା ଫୁଲ ତୋଡା ପରିବର୍ତ୍ତେ ଗୋଟିଏ ଗୋଟିଏ ପୁସ୍ତକ ଉପହାର ପ୍ରଦାନ ଏବଂ ଜନ୍ମ ଦିବସ ପାଳନ ଅବସରରେ ପିଲାମାନଙ୍କୁ ଉପହାର ଗ୍ରହଣ ପରିବର୍ତ୍ତେ ଅତିଥି ମାନଙ୍କୁ ଉପହାର ଦେବାପାଇଁ ନିଷ୍ପତ୍ତି ନେବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସାମୁହିକ ଭାବେ ଶପଥଗ୍ରହଣ କରାଯାଇଥିଲା। ଏହାଫଳରେ ପିଲାମାନେ ଏକ ସଂସ୍କାରିତ ଜୀବନ ଯାପନ କରିବା ପାଇଁ ଶିକ୍ଷା ଲାଭ କରିପାରିବେ ବୋଲି ମତପ୍ରକାଶ ପାଇଥିଲା।ପ୍ରଣବ ମହାନ୍ତିଙ୍କ ପ୍ରସ୍ତାବ କ୍ରମେ ଏହି ବନ୍ଧୁମିଳନ ନିଜ ନିଜ ନିଜ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ପରିବାରର ସଦସ୍ୟ ସଦସ୍ୟା ମାନଙ୍କୁ ଏଥିରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ଉତ୍ସବରେ ଜଗତାନନ୍ଦ ପଟ୍ଟନାୟକ, ପିତାମ୍ବର ସାହୁ, ଦେବରାଜ ଟୁଡୁ,ଅଖିଳ ରଣା, ଶେଷଦେବ ସାହୁ, ପଦ୍ମଲୋଚନ ସାହୁ, ଦୁର୍ଯୋଧନ ମହାନ୍ତ, ଦାଶରଥି ମହାନ୍ତ, ବିଜୟ କୁମାର ସାହୁ, ବିଜୟ କୁମାର ପଲେଇ, ଗୋପୀନାଥ ମହାନ୍ତ, କରୁଣାକର ମହାନ୍ତ, ସନ୍ତୋଷ କୁମାର ସାହୁ, ଚନ୍ଦ୍ରମଣି ମହାନ୍ତ, କଳାକାର ମହାନ୍ତ ଦୁର୍ଯୋଧନ ମହାନ୍ତ, ପିତାମ୍ବର ସାହୁ, ଦିବ୍ଯ ଲୋଚନ ମହାନ୍ତ, ନିମାଇଁ ବଳ,ଦୀନବନ୍ଧୁ ମହାନ୍ତ, ଶ୍ୟାମସୁନ୍ଦର ମହାନ୍ତ, ବାଳକୃଷ୍ଣ ନାଏକ , ବସନ୍ତ ମହାପାତ୍ର , ଚତୁର୍ଭୁଜ ମହାନ୍ତ ,ମାଧବ ମୁଣ୍ଡା , ଗୋପୀନାଥ ନାଏକ ଆଦି ୩୫ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ର ଯୋଗ ଦେଇ ବନ୍ଧୁମିଳନ ମାଧ୍ୟ୍ୟମରେ ଏକତା, ସହଯୋଗ ମନୋଭାବ ଓ ପରସ୍ପର ମଧ୍ୟରେ ନିବିଡ଼ ସମ୍ପର୍କ ମଜଭୁତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ଜଗତାନନ୍ଦ ପଟ୍ଟନାୟକ ସଂଯୋଜନା କରିଥିଲା ବେଳେ ଦେବରାଜ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।

ବାବୁଲାଲ ପଲେଇଙ୍କ ରିପୋର୍ଟ।

32
2868 views