ଶ୍ରୀଗୁରୁକୁଳରେ କ୍ରୀଡା ଓ ଫୁଡ଼ ଫେଷ୍ଟିଭାଲ୍ ଉଦଘାଟିତ।
ଶ୍ରୀଗୁରୁକୁଳରେ କ୍ରୀଡା ଓ ଫୁଡ଼ ଫେଷ୍ଟିଭାଲ୍ ଉଦଘାଟିତ। ଘଟଗାଁ,୧୮/୧୨: ସ୍ଥାନୀୟ ଶ୍ରୀଗୁରୁକୁଳ ସେବା ଫାଉଣ୍ଡେସନ ଗଦାଧରପୁର ଆନୁକୁଲ୍ୟରେ ମ୍ଯାନେଜିଂ ଟ୍ରଷ୍ଟି ସରୋଜ କୁମାର ସାହୁଙ୍କ ତତ୍ତ୍ବାବଧାନରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୫-୨୬ ଉଦ୍ଘାଟିତ ହେବା ସହ ଶ୍ରୀଗୁରୁକୁଳ ଇଂରାଜି ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଫୁଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଧାକୃଷ୍ଣ ବିଦ୍ୟାପୀଠ କୁଣ୍ଡାପିଠାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ସଂଯୋଗୀ ସଜଫୁଲର ପୁରୋଧା ବାବୁଲାଲ ପଲେଇ , ସମ୍ମାନିତ ଅତିଥି ରୂପେ ଶ୍ରୀ ଫାଉଣ୍ଡେସନର ମ୍ଯାନେଜିଂ ଟ୍ରଷ୍ଟି ଦିଲୀପ କୁମାର ସାହୁ ଓ ସମାଜସେବୀ ଭରତ ଚନ୍ଦ୍ର ବେହେରା ଯୋଗଦେଇ କ୍ରୀଡାର ଆବଶ୍ୟକତା ଓ ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ତରଫରୁ ଛାତ୍ରୀ ଶ୍ରୁତି ସାହୁ ବାର୍ଷିକ କ୍ରୀଡ଼ାର ଶପଥ ପାଠ କରାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପଲେଇ ସଟ୍ ଫୁଟ୍ ଥ୍ରୋ କରି ଉଦ୍ଘାଟନ କରିବା ପରେ ପରେ ବାର୍ଷିକ କ୍ରୀଡ଼ା ଉତ୍ସବର ବିଭିନ୍ନ ଇଭେଣ୍ଟର ପ୍ରତିଯୋଗିତା ଆରମ୍ଭ ହୋଇଥଲା। ତତ୍ ସହିତ ଫୁଡ୍ ଫେଷ୍ଟିଭାଲ କୁ ମୁଖ୍ୟ ଅତିଥି ଉଦ୍ଘାଟନ କରିବା ସହିତ ଅତିଥି ଗଣ ପରୀକ୍ଷଣ କରି ମୂଲ୍ୟାଙ୍କନ କରିଥିଲେ। ଆଜିର କ୍ରୀଡ଼ା ଉତ୍ସବରେ ଶ୍ରୀଗୁରୁକୁଳର ମଡେଲ ସ୍କୁଲ,ସ୍ପେସିୟାଲ୍ ସ୍କୁଲ୍ ଏବଂ+ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଖେଳ ଶିକ୍ଷକ ପଙ୍କଜ କୁମାର ମହାନ୍ତ ପରିଚାଳନା କରିଥିବାବେଳେ ଲିଜା ବାରିକ, କୃଷ୍ଣା କୁମାରୀ ନାଏକ,ସୁବ୍ରତ ମୁଣ୍ଡା,ଶଶି କେରକେଟା ତଥା ବିଦ୍ୟାଳୟର ସମସ୍ତ ବିଭାଗର ମୁଖ୍ୟ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶ୍ରୀଗୁରୁକୁଳ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନାରେ ସହଯୋଗ କରିଥିଲେ। ଆଜିଠାରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇ ଆସନ୍ତା ୨୦ ତାରିଖରେ ଉଦଯାପନ ହେବାସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି। ସମସ୍ତ କାର୍ଯ୍ୟକ୍ରମଟି ସେବା ଫାଉଣ୍ଡେସନର ଡାଇରେକ୍ଟର କିରଣବାଳା ସାହୁଙ୍କ ଦ୍ବାରା ପରିଚାଳିତ ହେଉଅଛି।ବାବୁଲାଲ ପଲେଇଙ୍କ ରିପୋର୍ଟ।