logo

ସଖାସଙ୍ଘ ପକ୍ଷରୁ ଅବସରପ୍ରାପ୍ତ ସାମରିକ କର୍ମଚାରୀ ସ୍ବର୍ଗତ ରବି ନାରାୟଣ ରାଉତରାୟଙ୍କ ସ୍ମୃତିଚାରଣ

ଖୋର୍ଦ୍ଧ,୧୮.୧୨.୨୫(ଏ.ଆଇ.ଏମ.ଏ) ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନନପଡା ନିବାସୀ ଅବସରପ୍ରାପ୍ତ ସାମରିକ କର୍ମଚାରୀ ତଥା କଳିଙ୍ଗ ଭେଟେରାନ ସଦସ୍ୟ ଓ ସଖାସଙ୍ଘ କ୍ରୀଡl ସଂସଦ ସଦସ୍ୟ ରବି ନାରାୟଣ ରାଉତରାୟଙ୍କ ବିୟୋଗରେ ଆଜି ସ୍ଥାନୀୟ ସଖା ସଂଘ କ୍ରୀଡା ସଂସଦ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ରାଉତରାୟଙ୍କର ଆଜି ହଠାତ୍ ହୃଦଘାତ ରେ କଟକ ମେଡ଼ିକାଲରେ ପରଲୋକ ଘଟିଛି । ଅନୁଷ୍ଠିତ ଶୋକ ସଭାରେ ସଂସଦ ସଭାପତି ବିପିନ କୁମାର ଜୟସିଂହଙ୍କ ସଭାପତିତ୍ୱରେ ଅଧ୍ୟକ୍ଷତା କରିଥିବାବେଳେ ଭେଟେରାନ ବିଜୟ ବଳିୟାରସିଂହ,ଭେଟେରାନ ଅଶୋକ ବାହୁବଳେନ୍ଦ୍ର,କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ପାଲଟାସିଂହ ,ଯୁବ ନେତା ଶୁଭମ ଦାଶ, ଉପସଭାପତି ପ୍ରକାଶ କୁମାର ବଳିଆରସିଂହ, ମାନସ ଚନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ହରିହର ସିଂହ, ଉପଦେଷ୍ଟା ମହେଶ୍ୱର ବେହେରା, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, ହିମାଂଶୁ ଭୁଷଣ ଚମ୍ପତିରାୟ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ପ୍ରସାଦ ଦାସ, ଅବସରପ୍ରାପ୍ତ ସାମରିକ ଅଧିକାରୀ ବିଜୟ କୁମାର ବଳିଆରସିଂହ, ଅଶୋକ କୁମାର ବହୁବଳେନ୍ଦ୍ର, ସାରଙ୍ଗଧର ମହାପାତ୍ର, ବିଭୁତି ଭୁଷଣ ଦାଶ , ସଂସଦ କ୍ୟାପଟେନ ଚିତ୍ତରଞ୍ଜନ ମହାରଣା ଓ କାର୍ତ୍ତିକ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ରାଉତରାୟଙ୍କ ସ୍ମୃତି ଚାରଣ କରିଥିଲେ।ଧନ୍ୟବାଦ ଦେଇଥିଲେ କାର୍ଯ୍ୟକାରୀ ସଂପାଦକ ଦୀପକ ଦୀପକ ପ୍ରଧାନ। ଏହି ଅବସରରେ ସଂସଦ ପକ୍ଷରୁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

34
2744 views