logo

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ଉଦଯାପିତ

ଖୋର୍ଦ୍ଧା,୧୮/୧୨/୨୫ :ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ ଆର୍ଯ୍ୟ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ତ୍ରିଂଶତମ ବିଦ୍ୟାଳୟସ୍ତରୀୟ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ବ୍ୟାପି କ୍ଷେତ୍ରବାସୀ ଡିଏଭି କ୍ରିଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ସାହୁ, ମଣ୍ଡଳ ଶିକ୍ଷା ଅଧିକାରୀ, ଟାଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ରବିନ୍ଦ୍ର କୁମାର ମଲ୍ଲିକ, ଶାଖା ପରିଚାଳକ,ବରୋଦା ବ୍ୟାଙ୍କ ନିରାକାରପୁର ଯୋଗ ଦେଇଥିଲେ। କ୍ରୀଡା ମାଧ୍ୟମରେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଘଟେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କ୍ରୀଡା ବିଦ୍ୟାର୍ଥୀମାନଙ୍କର ଶୃଙ୍ଗଳା,ସହଯୋଗ,ନିଷ୍ଠା ଓ ନେତୃତ୍ୱ ଗୁଣର ବିକାଶ କରିଥାଏ ବୋଲି କହିଥିଲେ । କ୍ରୀଡା ବିଦ୍ୟାର୍ଥୀମାନଙ୍କର ମାନସିକ ଚାପକୁ କମାଇ ମନକୁ ସତେଜ ଓ ପ୍ରଫୁଲ୍ଲିତ କରେ ବୋଲି ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଉତ୍ସବରେ ଷ୍ଟେଟ ବ୍ରିଗେଡ଼୍ ସ୍କୁଲ,ଭୂଷଣ୍ଡପୁର ସଂପାଦକ ବ୍ରଜବନ୍ଧୁ ସେଠୀ ଓ ପ୍ରଧାନ ଆଚାର୍ଯ୍ୟା କୁଇନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ନିହାର ଗୁରୁଜୀ ଅତିଥି ପରିଚୟ ପ୍ରଦାନ ଓ ବିନୋଦ ଗୁରୁଜୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି କ୍ରୀଡା ପ୍ରତିଯୋଗିତାରେ ଚାରୋଟି ବିଭାଗରେ ୪୮ ଇଭେଣ୍ଟରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ମେଡାଲ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ଏହି କ୍ରୀଡା ଉତ୍ସବରେ କନିଷ୍ଠ ବିଭାଗର ରୀତିପର୍ଣ୍ଣା ସାମନ୍ତରାୟ ଓ ଉପବରିଷ୍ଠ ବିଭାଗର ଓମ ପ୍ରୟାସ ଦାସ କ୍ରୀଡା ଚମ୍ପିୟନ ହୋଇଥିଲେ।କ୍ରୀଡା ବିଚାରକ ଭାବରେ ପ୍ରମୋଦ କୁମାର ଦାସ, ଶରତ ଚନ୍ଦ୍ର ଛୋଟରାୟ,ଅବିନାଶ ପଟ୍ଟନାୟକ ଓ ଆଶିଷ କୁମାର ବିଶ୍ୱାଳ ପରିଚାଳନା କରିଥିଲେ।ଏହି ବାର୍ଷିକ କ୍ରୀଡାରେ ବିଦ୍ୟାମନ୍ଦିରର, ସଂଜୟ କୁମାର ସେଠୀ, ପବିତ୍ର କୁମାର ରାଉତରାୟ, କୃଷ୍ଣଚନ୍ଦ୍ର ଛୋଟରାୟ, ଅକ୍ଷୟ କୁମାର ମହାପାତ୍ର, ମନୋରଂଜନ ଦାସ,ଜିତେନ୍ଦ୍ର କୁମାର ପୃଷ୍ଟି, ଶକ୍ତି ପ୍ରସାଦ ଚାଓ ପଟ୍ଟନାୟକ ଆଚାର୍ଯ୍ୟା ସନ୍ଧ୍ୟାରାଣୀ ବାହିନିପତୀ, ରଶ୍ମିପ୍ରଭା ପୁରୋହିତ,ସୁଜାତା ଶ୍ରୀଚନ୍ଦନ, ବିଣାପାଣୀ ଦାସ, କବିତା ଜଗଦ୍ଦେବ, ପ୍ରିୟଦର୍ଶିନୀ ସାହୁ ଓ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।

63
1788 views