logo

୨୧ଟି କାଠ ଗଣ୍ଡି ସହ ପିକପ ଜବଦ।

୨୧ଟି କାଠ ଗଣ୍ଡି ସହ ପିକପ ଜବଦ।

ପାଟଣା- ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ବନକ୍ଷେତ୍ର ମାଲହାରପଦା ନିକଟରୁ ବନବିଭାଗ ଆଜି ଦିନ ଗୋଟାଏ ସମୟରେ ୨୧ ଟି ଗମ୍ଭାରୀ କାଠ ଗଣ୍ଡି ବୋଝେଇ ହୋଇଥିବା ଏକ ପିକପ କୁ ଜବଦ କରିଛି। କୌଣସି ସୂତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀ ମାନେ ଗାଡିଟିକୁ ଧରିବାକୁ ପିଛା କରିଥିଲେ।ବନବିଭାଗ କର୍ମଚାରୀ ପିଛା କରୁଥିବା ଜାଣିବା ପରେ ପିକପ ଚାଳକ ଓ ୨ ଜଣ କାଠ ବେପାରୀ ଗାଡିଟିକୁ ରାସ୍ତା ଉପରେ ଠିଆ କରି ରାସ୍ତା କଡରେ ଥିବା ଲଟା ଜଙ୍ଗଲ କୁ ଯାଇ ଲୁଚି ଯିବାରେ ସଫଳ ହୋଇଥିଲେ। ପରେ ବନବିଭାଗ ପିକପ ଟିକୁ ଜବଦ କରି ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣିଥିଲେ। ଏହି ଚଢ଼ାଉ ବେଳେ ସାହାରପଡା ବନପାଳ ଶ୍ରୀମନ୍ତ ବେହେରା, ବନରଖି ଝରଣା ରାଣୀ ସାହୁ, ତ୍ରିଲୋଚନ ମହାନ୍ତ, ସହଦେବ ସେଠୀ, ମହମ୍ମଦ ୱାସିମ ସଂଜୟ କୁମାର ମହାନ୍ତ, ଅଟଳ ସେଠୀ ଙ୍କ ସହ ଅନ୍ୟ ପାରା କର୍ମଚାରୀ ମାନେ ସାମିଲ ଥିଲେ।ଜବଦ କାଠର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି ।

ବିଜୟ ରତ୍ନ ପତିଙ୍କ ରିପୋର୍ଟ।

16
911 views