
ପଠାଣି ସାମନ୍ତ - ବିକାଶ କୁମାର ହତା ଙ୍କ ଦ୍ଵାରା ରଚିତ କବିତା।
*ପଠାଣି ସାମନ୍ତ*
-----------------
ଓଡ଼ିଶା ରାଇଜ ନୟାଗଡ଼ ଜିଲ୍ଲା
ଖଣ୍ଡପଡ଼ା ଗ୍ରାମ ପରା
ଜନମି ଥିଲେ ଯେ ପଠାଣି ସାମନ୍ତ
ଗଣୁଥିଲେ ଗ୍ରହ, ତାରା ||
ଗ୍ରହ,ଚନ୍ଦ୍ର, ତାରା, ନକ୍ଷତ୍ର ଆଦିର
ସଠିକ୍ ଗଣନା କରି
ନିର୍ଭୁଲ୍ ତଥ୍ୟକୁ ଦେଉଥିଲେ ଦୁଇ
ବାଉଁଶ ନଳୀ କୁ ଧରି ||
ଆଜିର ଦିନରେ ଜ୍ୟୋତିର୍ବିଦ ମାନେ
ତାଙ୍କରି ରଚନା ପଢ଼ି
ଜ୍ୟୋତିଷ ଶାସ୍ତ୍ରରେ ହୁଅନ୍ତି ପ୍ରବୀଣ
ଯାଆନ୍ତି ଆଗକୁ ମାଡ଼ି ||
ଗୋଲ ଯନ୍ତ୍ର, ସୂର୍ଯ୍ୟ ଘଡ଼ି,ଶଙ୍କୁଦଣ୍ଡ
କରିଥିଲେ ଉଦ୍ଭାବନ
ସିଦ୍ଧାନ୍ତ ଦର୍ପଣ କରିଲେ ରଚନା
ମେଷ ସଂକ୍ରାନ୍ତି ର ଦିନ ||
ନିଜର ଜାତକ ଗଣନା କରି ସେ
ଜାଣିଥିଲେ ମୃତ୍ୟୁ ଦିନ
ଶେଷ ସମୟରେ ପୁରୀ ରେ ଯାଇକି
କରୁଥିଲେ ଅବସ୍ଥାନ ||
ମହାମହୋପାଧ୍ୟାୟ ଉପାଧି ପାଇଲେ
ତାଙ୍କ ଅବଦାନ ପାଇଁ
ଓଡ଼ିଶା ରାଇଜ ଯୋଗ୍ୟତମ ସୂତ
ତାଙ୍କୁ କେ ଭୂଲିବେ ନାହିଁ ||
ମନେ ରଖିବାକୁ ତାଙ୍କରି ସ୍ମୃତିକୁ
ଆମେ ଚିରଦିନ ପାଇଁ
ଗଢ଼ା ହୋଇଅଛି ପ୍ଲାନେଟୋରିଅମ
ଭୁବନେଶ୍ଵର ରେ ଯାଇ ||
ତାଙ୍କ କୃତି ପାଇଁ ଚରଣରେ ଆମେ
ହେଉଅଛୁ ଦଣ୍ଡବତ
ପଠାଣି ସାମନ୍ତ ପଞ୍ଜିକା ହେଉଛି
ତାଙ୍କ ନାମେ ପ୍ରକାଶିତ ||
ଜ୍ୟୋତିଷ ଶାସ୍ତ୍ରରେ ନିଃସ୍ବାର୍ଥରେ ତାଙ୍କ
ରହିଅଛି ଅବଦାନ
ଓଡ଼ିଶା ରାଇଜ ଇତିହାସ ରେ ସେ
ରହିଥିବେ ଚିରଦିନ ||
ବିକାଶ କୁମାର ହୋତା, ଦକ୍ଷିଣକାଳୀ ରୋଡ଼ ବିଦ୍ୟାନଗର ଢେଙ୍କାନାଳ, ମୋବାଇଲ: ୭୦୦୮୯୨୮୭୯୮, ୮୬୫୮୨୯୨୦୫୧